AK ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡିସିଂ ସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ବେତ ରାଇକାଙ୍କୁ ନିଲମ୍ବିତ କରାଯାଇଛି l ଏଥିସହ ବିଦ୍ୟାଳୟ କୋଠା କାମ କରୁଥିବା ଠିକାଦାର ପ୍ରମିଳା ପୂଜାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି l

ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମୀକ୍ଷା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିସହ ୭ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସମ୍ପୃକ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା l
ସୂଚନାଯୋଗ୍ୟ ଯେ, ଗତ ବୁଧବାର ନୂଆଗଡ ବ୍ଲକ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଖେଳୁଥିବାବେଳେ ପାଚେରୀ ଭୁଶୁଡି ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା l ଏହି ଘଟଣାର ଅlରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୩ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ।






