AK ପବନ ଖେଡ଼ା ପାଇଥିବା ଟ୍ରାଞ୍ଜିଟ ଅନ୍ତରୀଣ ଜାମିନ ଅବଧିକୁ ମଙ୍ଗଳବାର ଯାଏ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଆସାମର କୋର୍ଟ ଗୁଡ଼ିକ ଏବେ ବନ୍ଦ ରହିଛି। ତେଣୁ ତାଙ୍କୁ ନିୟମିତ ଜାମିନ ଆବେଦନ ପାଇଁ ମଙ୍ଗଳବାର ଯାଏ ସମୟ ମିଳୁ। ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଉପରେ ଶୁକ୍ରବାର ରୋକ ଲଗାଇ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ଦାଖଲ କରିଥିବା ମାନହାନୀ ମାମଲାରେ ଖେଡ଼ାଙ୍କୁ ମିଳିଥିବା ଜାମିନ ଉପରେ ପୁଣି ରୋକ ଲାଗିଛି। ରିଙ୍କି ଭୂୟାଁ ଶର୍ମା ଏକାଧିକ ଦେଶର ପାସପୋର୍ଟ ରଖିଥିବା ଶ୍ରୀ ଖେଡ଼ା ଅଭିଯୋଗ କରିଥିଲେ।

ଏହି ମାମଲାରେ ପବନ ଖେଡ଼ା ପାଇଥିବା ଟ୍ରାଞ୍ଜିଟ ଅନ୍ତରୀଣ ଜାମିନ ଅବଧିକୁ ମଙ୍ଗଳବାର ଯାଏ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଆସାମର କୋର୍ଟ ଗୁଡ଼ିକ ଏବେ ବନ୍ଦ ରହିଛି। ତେଣୁ ତାଙ୍କୁ ନିୟମିତ ଜାମିନ ଆବେଦନ ପାଇଁ ମଙ୍ଗଳବାର ଯାଏ ସମୟ ମିଳୁ। ହେଲେ ସୁପ୍ରିମକୋର୍ଟ ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ବିନା ବିଳମ୍ବରେ ସେ ଆସାମର ଉପଯୁକ୍ତ କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ପୁଣି କହିଛନ୍ତି।
କୋର୍ଟ ତାଙ୍କ ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରିବାରୁ ପବନ ଖେଡ଼ାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି, “ଆଜି ଶୁକ୍ରବାର। ସୋମବାର ଜାମିନ ଆବେଦନ କରାଯାଉଛି। କ’ଣ ମୁଁ(ପବନ ଖେଡ଼ା) ଜଣେ କୁଖ୍ୟାତ ଅପରାଧୀ? ଖାସ ସେଥିପାଇଁ ଆଶ୍ୱସ୍ତି ଦେବାକୁ ସର୍ବୋଚ୍ଚ ଅଦାଲତ ମନା କରୁଛନ୍ତି?” କୋର୍ଟ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଆସାମ କୋର୍ଟ ହିଁ ମୁକ୍ତ ଭାବେ ଖେଡ଼ାଙ୍କ ଆବେଦନର ବିଚାର କରିବେ। ଉପଲବ୍ଧ ଥିବା ତଥ୍ୟ ଆଧାରରେ କୋର୍ଟ ରାୟ ଦେବେ। ସୁପ୍ରିମକୋର୍ଟ ପୂର୍ବ ନିର୍ଦ୍ଦେଶରେ କରିଥିବା ଆକଳନର କୌଣସି ପ୍ରଭାବ ଆବେଦନ ଉପରେ ପଡ଼ିବ ନାହିଁ।
ସିଙ୍ଘଭୀ ଆହୁରି କହିଥିଲେ ଯେ ତେଲଙ୍ଗାନା ହାଇକୋର୍ଟ ଖେଡ଼ାଙ୍କ ଦ୍ୱାରା ଦାଖଲ କରିଥିବା ଦସ୍ତାବିଜକୁ ଭୁଲ ଭାବେ ବିବେଚନା କରି ରାୟ ଦେଇଥିବା ଏପ୍ରିଲ ୧୫ରେ ସୁପ୍ରିମକୋର୍ଟ କହିଛନ୍ତି। ତତ୍କାଳ ଆବେଦନ ଯୋଗୁ ଏପରି ଘଟିଥିଲା। ପରବର୍ତ୍ତୀ ସମୟରେ ଅତିରକ୍ତ ଦସ୍ତାବିଜ ହାଇକୋର୍ଟରେ ଦାଖଲ କରି ପୂରା ଘଟଣାକୁ ସ୍ପଷ୍ଟ କରାଯାଇଥିଲା। ସେ କହିଛନ୍ତି, “ତେଲଙ୍ଗାନା ପିଟିସନ ତରବରିଆ ଭାବେ ଦଖଲ କରାଯାଇଛି। ଯୁକ୍ତି ଉପସ୍ଥାପନ ବେଳେ ସବୁ କିଛି ସ୍ପଷ୍ଟ କରାଯାଇଥିଲା ଓ ଦସ୍ତାବିଜ ଦାଖଲ ହୋଇଥିଲା। ମୋ (ପବନ ଖେଡ଼ା) ପତ୍ନୀ ତେଲଙ୍ଗାନାର ବିଧାୟକ ପ୍ରାର୍ଥୀ। ତାଙ୍କର ସତ୍ୟପାଠ ସମାନ ଦିନ ଦାଖଲ ହୋଇଥିଲା। କିନ୍ତୁ ଏହା ଉପରେ ପ୍ରଶ୍ନ ଉଠିଥିଲା। ନିଜାମୁଦ୍ଦିନ (ଖେଡ଼ାଙ୍କ ବାସଭବନ)କୁ ୧୦୦ ଜଣିଆ ପୁଲିସ୍ ଟିମକୁ ପଠା ଯାଇଥିଲା। ଦେଶରେ ସମ୍ବିଧାନାର ଧାରା ୨୧ ରହିଛି।
ସେ(ସରକାରୀ ଓକିଲ) ଆପଣଙ୍କୁ ଉପଯୁକ୍ତ ଦସ୍ତାବିଜ ଦାଖଲ ହୋଇଥିବା କହି ନଥିଲେ। ଏସବୁ ପୂର୍ବାଗ୍ରହ। ଭୁଲରେ ଉକ୍ତ ଦସ୍ତାବିଜ ଦାଖଲ ହୋଇଥିଲା। ଏଥିରେ କୌଣସି ଚଞ୍ଚକତା ହୋଇ ନଥିଲା। ଛୋଟ ଭୁଲ ପାଇଁ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ କାଟଛାଣ୍ଟ କରାଯାଇ ପାରିବ ନାହିଁ। ଏଫଆଇଆର ମାନହାନୀ ସହ ଜଡ଼ିତ ହୋଇଥିବା ବେଳେ ଆସାମ ପୁଲିସ୍ ବଡ଼ ଅପରାଧ ଭଳି ଏହାକୁ ବିବେଚନା କରିଛି।” ଏକଥା ଶୁଣିବା ପରେ ବି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରି ନାହାନ୍ତି। ଜଷ୍ଟିସ ମାହେଶ୍ୱରୀ ଏହି ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଭୁଲ ଛୋଟ ଥିଲା? ଅଦାଲତ ଆଗରେ ଭୁଲ ଦସ୍ତାବିଜ ଦାଖଲ କରିବାର ପରିଣାମ ଆପଣ ଜାଣିଛନ୍ତି? ଖେଡ଼ା ବିନା କୌଣସି ବିଳମ୍ବରେ ଆସାମର ଉପଯୁକ୍ତ କୋର୍ଟରେ ଆବେଦନ କରିପାରିବେ। ଆବଶ୍ୟକ ପଡ଼ିଲେ ତତ୍କାଳ ଶୁଣାଣି ପାଇଁ ମଧ୍ୟ ନିବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।






