AK ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଅଭିଯୋଗର ଗମ୍ଭୀରତାକୁ ହୃଦୟଙ୍ଗମ କରି ଉତ୍ତର ପ୍ରଦେଶ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ଘଟଣାର ନିଜେ ତଦନ୍ତ କରିପାରିବେ କିମ୍ବା କୌଣସି କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ପାଇଁ କହିପାରିବେ ବୋଲି ଲକ୍ଷ୍ନୌ ବେଞ୍ଚ ସ୍ପଷ୍ଟ କରିଛନ୍ତି। ଲୋକସଭାର ବିରୋଧୀ ଦଳ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଝଟକା। ରାହୁଲ ଗାନ୍ଧି ଦୁଇଟି ଦେଶର ନାଗରିକତା ହାସଲ କରିଥିବା ଅଭିଯୋଗ ଘଟଣାରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏହି ଅଭିଯୋଗର ତଦନ୍ତ ହେବା ଦରକାର ବୋଲି କୋର୍ଟ କହିଛନ୍ତି।

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଅଭିଯୋଗର ଗମ୍ଭୀରତାକୁ ହୃଦୟଙ୍ଗମ କରି ଉତ୍ତର ପ୍ରଦେଶ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ଘଟଣାର ନିଜେ ତଦନ୍ତ କରିପାରିବେ କିମ୍ବା କୌଣସି କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ପାଇଁ କହିପାରିବେ ବୋଲି ଲକ୍ଷ୍ନୌ ବେଞ୍ଚ ସ୍ପଷ୍ଟ କରିଛନ୍ତି । ଜାନୁଆରୀ ୨୮ରେ ଲକ୍ଷ୍ନୌର ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ଦ୍ୱୈତ ନାଗରିକତା ଅଭିଯୋଗକୁ ଗ୍ରହଣ କରି ନଥିଲେ। ଏହି ମାମଲାରେ ଆବେଦକାରୀ ବିଜେପି କର୍ମୀ ଏସ୍ ବିଘ୍ନେଶ ଶିଶିର ଏଫଆଇଆର ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲେ । କିନ୍ତୁ ଏମ୍ପି/ଏମଏଲଏ କୋର୍ଟ ଏହି ଆବେଦନକୁ ଗ୍ରହଣ କରିନଥିଲେ । ଏହା ବିରୋଧରେ ବିଘ୍ନେଶ ହାଇକୋର୍ଟ ଯାଇଥିଲେ । ଏବେ ହାଇକୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫଆଇଆର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତ ନାଗରିକତା ସହ ଜଡ଼ିତ ମାମଲାର ବିଚାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ଆବେଦନକାରୀ ବିଘ୍ନେଶ କର୍ଣ୍ଣାଟକାର ମୂଳବାସିନ୍ଦା। ସେ ଏଫଆଇଆର ରୁଜୁ ଓ ବିସ୍ତୃତ ତଦନ୍ତ ପାଇଁ ନିବେଦନ କରିଥିଲେ। ସେ ରାହୁଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ଅଫସିଆଲ ସିକ୍ରେଟ ଆକ୍ଟ, ଫରେନର୍ସ ଆକ୍ଟ ଓ ପାସପୋର୍ଟ ଆକ୍ଟ ଅନୁସାରେ ଅଭିଯୋଗ କରିଛନ୍ତି।
ଆବେଦନକାରୀ ଦାବି କରିଥିଲେ ଯେ ତାଙ୍କ ପାଖରେ ଏମିତି କିଛି ଦସ୍ତାବିଜ ଓ ବ୍ରିଟିଶ ସରକାରଙ୍କ ଇ-ମେଲ ରହିଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧି ଜଣେ ବ୍ରିଟିଶ ନାଗରିକ । ଏଥିଯୋଗୁ ସେ ଭାରତରେ ନିର୍ବାଚନ ଲଢ଼ିବାକୁ କିମ୍ବା ଲୋକସଭାର ସଦସ୍ୟ ହେବାକୁ ଯୋଗ୍ୟ ନୁହନ୍ତି । ପ୍ରଥମେ ୨୦୨୫ ଡିସେମ୍ବର ୧୭ରେ ରାଏବରେଲୀ ଏମପି/ଏମଏଲଏ କୋର୍ଟରେ ପ୍ରଥମେ ଆବେଦନ ହୋଇଥିଲା। ହାଇକୋର୍ଟ ମାମଲାକୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରିଥିଲେ। ଲକ୍ଷ୍ନୌ କୋର୍ଟ ଆବେଦନ ଅଗ୍ରାହ୍ୟ କରିବାରୁ ଆବେଦନକାରୀ ଲକ୍ଷ୍ନୌ କୋର୍ଟ ଯାଇଥିଲେ।






