ମୃତ ମହିଳାଙ୍କ ନାଁ ପ୍ରିୟମ୍ବଦା ଷଡ଼ଙ୍ଗୀ। ତାଙ୍କୁ ୫୫ ବର୍ଷ ହୋଇଥିଲା। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଦେବରାଜ ଷଡ଼ଙ୍ଗୀ। ତାଙ୍କୁ ୬୨ ବର୍ଷ ହୋଇଛି। ସେ AG ଅଫିସରେ ବରିଷ୍ଠ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ଦିନ ପ୍ରାୟ ୧୨ଟା ହେବ। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରେ ପହଞ୍ଚିଥିଲେ ଜଣେ ବ୍ୟକ୍ତି। ପୁଲିସ୍କୁ କହିଥିଲେ, ‘ମୁଁ ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି। ମୋତେ ଗିରଫ କର।’ ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେହି ବ୍ୟକ୍ତିଙ୍କୁ ଧରି ପୁଲିସ ପହଞ୍ଚିଥିଲା ତାଙ୍କ ଘରେ। ସେଠାରେ ବେଡ୍ରୁମ୍ରେ ତାଙ୍କ ପତ୍ନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ତଣ୍ଟି କାଟି ଦିଆଯାଇଥିଲା।

ମୃତ ମହିଳାଙ୍କ ନାଁ ପ୍ରିୟମ୍ବଦା ଷଡ଼ଙ୍ଗୀ। ତାଙ୍କୁ ୫୫ ବର୍ଷ ହୋଇଥିଲା। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଦେବରାଜ ଷଡ଼ଙ୍ଗୀ। ତାଙ୍କୁ ୬୨ ବର୍ଷ ହୋଇଛି। ସେ AG ଅଫିସରେ ବରିଷ୍ଠ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨ ବର୍ଷ ତଳେ ସେ ଚାକିରିରୁ ଅବସର ନେଇଛନ୍ତି। ଏୟାରଫିଲ୍ଡ ଥାନା କୁହା ଗ୍ରାମର ସ୍ଵସ୍ତିକନଗରରେ ତାଙ୍କ ଘର।






