A.K ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହି ସବୁ ସଂପତ୍ତି ସେ କେମିତି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍ରେ ଏକ ତିନି ମହଲା କୋଠା ରହିଛି। ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି । ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି। ୧ ଏକର ୭୧ ଡିସିମିଲ୍ର ଜାଗାରେ ଏହି ଫାର୍ମ ହାଉସ୍ଟି ରହିଛି। ଫାର୍ମ ହାଉସ୍ରେ ଥିବା ଦ୍ୱିମହଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି।
ତାଙ୍କର ୮ଟି ଦାମୀ ପ୍ଲଟ୍ ଅଛି। ଭୁବନେଶ୍ୱର ଓ ବିମ୍ବୋଳରେ ଏହି ପ୍ଲଟ୍ଗୁଡ଼ିକ ଅଛି। ଅଛି। ବିଭିନ୍ନ ଜମା ବାବଦକୁ ସେ ୧ କୋଟି ୮୧ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କ ଘରୁ ୬ ଲକ୍ଷ ୨୩ ହଜାର ଟଙ୍କାର ନଗଦ ଜବତ କରାଯାଇଥିଲା। ସେହିପରି ତାଙ୍କ ଘରୁ ୩୫୦ ଗ୍ରାମ ସୁନା ଗହଣା ଜବତ କରାଯାଇଛି। ତାଙ୍କର ୨ଟି କାର ଅଛି।
ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ, ୧୯୯୪ ମସିହାରେ ଜଣେ ଷ୍ଟାଇପେନଡିଅରୀ ଇଞ୍ଜିନିୟର ଭାବେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ। ଓଡ଼ିଶା ହାଉସିଂ ବୋର୍ଡରେ ସେ ପାଇଥିଲେ ପ୍ରଥମ ନିଯୁକ୍ତି। ତାଙ୍କର ପ୍ରାରମ୍ଭିକ ଦରମା ଥିଲା ୨ ହଜାର ଟଙ୍କା। ସେ ସେଠାରେ ୧୯୯୬ ମସିହା ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରହିଥିଲେ। ୧୯୯୬ ମାର୍ଚ୍ଚରୁ ୧୯୯୭ ମେ’ ପର୍ଯ୍ୟନ୍ତ ସେ ଜଳ ସଂପଦ ବିଭାଗର ନିର୍ଦ୍ଦେଶକ (ପ୍ଲାନିଂ)ଙ୍କ ଅଫିସରେ ନିଯୁକ୍ତି ପାଇଥିଲେ। ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ରେଙ୍ଗାଳି ଦକ୍ଷିଣ କେନାଲ ପ୍ରକଳ୍ପରେ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତ ପାଇଥିଲେ। ତା’ପରେ ବିଭିନ୍ନ ସମୟରେ ପଦୋନ୍ନତି ପାଇ ସେ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ହୋଇଥିଲେ। ୨୦୨୦ରେ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ହୋଇଥିବା ବେଳେ ୨୦୨୧ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବା ଏସିଇ ପଦକୁ ଉନ୍ନୀତ ହୋଇଥିଲେ। ୨୦୨୬ ଫେବ୍ରୁଆରୀ ମାସରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଇଆଇସିଙ୍କ ଅଫିସରେ ଡ୍ୟାମ୍ ସୁରକ୍ଷାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ ବଦଳି ହୋଇଥିଲା। ସେହିଦିନଠାରୁ ସେ ସେହି ପଦବୀରେ ଅଛନ୍ତି।






