A.K ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣରେ ମାଆ-ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ମଧୁପୁର ଗାଁରେ। ମୃତ ମହିଳାଙ୍କ ନାଁ ପଙ୍କଜିନୀ ଦେହୁରୀ। ତାଙ୍କ ଝିଅ ନାଁ କୁଶ ଦେହୁରୀ। ସେମାନେ କଣ୍ଟପଡ଼ା ଗାଁର ବାସିନ୍ଦା ଥିଲା।

ପଙ୍କଜିନୀଙ୍କ ସ୍ୱାମୀଙ୍କ ନାଁ କାଶିଆ ଦେହୁରୀ। ସେ ପୋକାତୁଙ୍ଗା ଗାଁରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ଗତକାଲି ପତ୍ନୀ ପଙ୍କଜିନୀ ଓ ଝିଅ କୁଶଙ୍କ ସହ ମଧୁପୁର ଗାଁକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ମଧୁପୁର ଆମ୍ବ ବଗିଚା ନିକଟରେ ଅଚାନକ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ପଙ୍କଜିନୀ ଓ କୁଶଙ୍କୁ ହାତୀ ଦଳି ଦେଇଥିଲା। କାଶିଆ କୌଣସି ମତେ ସେଠାରୁ ଦୌଡ଼ି ପଳାଇ ଆସିବା ସକ୍ଷମ ହୋଇଥିଲେ ।
ସୂଚନାଯୋଗ୍ୟ, ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ତା’ ସହିତ ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ନିକଟରେ ଶେଷ ହୋଇଥିବା ବଜେଟ୍ ଅଧିବେଶନରେ ବିଧାନସଭାରେ ଏହି ଲିଖିତ ଉତ୍ତର ଦେଇଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।






