A.K ମହିଳା କଲେଜରେ ମଧ୍ୟ ସୁରକ୍ଷିତ ନାହାନ୍ତି ଛାତ୍ରୀ । ସମ୍ବଲପୁର ମହିଳା କଲେଜର ଇଂରାଜୀ ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଶ୍ରେଣୀରେ ଛାତ୍ରୀଙ୍କ ପ୍ରତି ବାରମ୍ବାର ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଅଭିଯୋଗ । ଅନ୍ତରୀଣ ଅଭିଯୋଗ କମିଟି ବା ଆଇସିସିରେ ଅଭିଯୋଗ ପରେ ଚାଲିଛି ତଦନ୍ତ ।

ମହିଳା କଲେଜରେ ମଧ୍ୟ ସୁରକ୍ଷିତ ନାହାନ୍ତି ଛାତ୍ରୀ । ସମ୍ବଲପୁର ମହିଳା କଲେଜର ଇଂରାଜୀ ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଶ୍ରେଣୀରେ ଛାତ୍ରୀଙ୍କ ପ୍ରତି ବାରମ୍ବାର ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଅଭିଯୋଗ । ଅନ୍ତରୀଣ ଅଭିଯୋଗ କମିଟି ବା ଆଇସିସିରେ ଅଭିଯୋଗ ପରେ ଚାଲିଛି ତଦନ୍ତ । ତଦନ୍ତ ସରିନଥିବା ବେଳେ ଏବେବି କ୍ଲାସ କରୁଛନ୍ତି ସମ୍ପୃକ୍ତ ଅଧ୍ୟାପକ । ତେବେ ଛାତ୍ରୀଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଜଣେ ଅଧ୍ୟାପିକାଙ୍କ ପାଖରେ ଅସଦଆଚରଣ ନେଇ ଅଭିଯୋଗ କରିଥିଲେ ୪ ଜଣ ଛାତ୍ରୀ । ଉକ୍ତ ଅଧ୍ୟାପିକାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ସମ୍ପୃକ୍ତ ଇଂରାଜୀ ବିଭାଗର ଅଧ୍ୟାପକ । ଏହାପରେ ଅଧ୍ୟାପିକା ଓ ଛାତ୍ରୀମାନେ କଲେଜ ଅଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିଲେ ।






