AK ଯାଜପୁର ଜିଲ୍ଲାରେ ଗ୍ରୀଷ୍ମର ପ୍ରାରମ୍ଭରୁ ହିଁ ତାତି ରୁଦ୍ରରୂପ ଧାରଣ କଲାଣି । ପ୍ରତିଦିନ ପାରଦ ଉପରମୁହାଁ ହେଉଥିବା ବେଳେ ଦିନ ୧୦ଟା ପରେ ଘରୁ ଗୋଡ଼ କାଢ଼ିବା ମୁସ୍କିଲ ହୋଇପଡ଼ିଛି । ମଧ୍ୟାହ୍ନ ହେଲେ ବଜାର ଘାଟ ପୂରା ଶୂନଶାନ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଛି । ଗ୍ରୀଷ୍ମର ପ୍ରାରମ୍ଭରୁ ଦାଉ ସାଧୁଛି ଖରା । ଦିନକୁ ଦିନ ଯାଜପୁର ଜିଲ୍ଲାରେ ପାରଦ ବଢୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲା ନଯିବା ସାଧାରଣ ଲୋକଙ୍କ ଅସନ୍ତୋଷକୁ ବଢ଼ାଇଛି । ଅନ୍ୟପଟେ ଅଂଶୁଘାତର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା କହିଛି ।

ଯାଜପୁର ଜିଲ୍ଲାରେ ଗ୍ରୀଷ୍ମର ପ୍ରାରମ୍ଭରୁ ହିଁ ତାତି ରୁଦ୍ରରୂପ ଧାରଣ କଲାଣି । ପ୍ରତିଦିନ ପାରଦ ଉପରମୁହାଁ ହେଉଥିବା ବେଳେ ଦିନ ୧୦ଟା ପରେ ଘରୁ ଗୋଡ଼ କାଢ଼ିବା ମୁସ୍କିଲ ହୋଇପଡ଼ିଛି । ମଧ୍ୟାହ୍ନ ହେଲେ ବଜାର ଘାଟ ପୂରା ଶୂନଶାନ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଛି । ନିଜକୁ ରକ୍ଷା କରିବା ପାଇଁ ଲୋକେ ଛତା ଓ ଗାମୁଛାର ସାହାରା ନେଉଛନ୍ତି । ଅନ୍ୟପଟେ, ଗରମ ବଢ଼ୁଥିଲେ ମଧ୍ୟ ଜିଲ୍ଲାର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇନି । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ପଇଡ ଦୋକାନ ଓ ଆଖୁରସ ଦୋକାନରେ ଭିଡ଼ ଜମାଉଛନ୍ତି ।
ଯାଜପୁର ସହରରେ ବିଶ୍ରାମାଗାର ନାହିଁ । ବାହାରୁ ଆସୁଥିବା ଲୋକେ ଓ ପଡ଼ୋଶୀ ଭଦ୍ରକ-କେନ୍ଦ୍ରାପଡ଼ାରୁ ମେଡିକାଲ ଆସୁଥିବା ଯାତ୍ରୀମାନେ ଏଣେତେଣେ ବସୁଛନ୍ତି । ସେପଟେ ଅଂଶୁଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ସିଡିଏମଓ ।
ଯାଜପୁରରେ ଜାରି ରହିଥିବା ଏହି ଗ୍ରୀଷ୍ମ ପ୍ରବାହ ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା ରହିଛି । ତେଣୁ ସତର୍କ ରହିବା ସହ ପ୍ରଶାସନ ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା ସହ ଅନ୍ୟାନ୍ୟ ବନ୍ଦୋବସ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।






