AK ଚନ୍ଦକା ଥାନା ଅନ୍ତର୍ଗତ ବାରଙ୍ଗ ପୁରୀ କେନାଲ ଶଣ୍ଡପୂର୍ ନିକଟରେ ମିଳିଛି ନର କଙ୍କାଳ । ଘଟଣା ସ୍ଥଳରେ ଚନ୍ଦକା ପୁଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଜଣେ ବ୍ୟକ୍ତି ଶୌଚ କରିବାକୁ ଯାଇଥିବା ବେଳେ ଏକ ଅଖା ବ୍ୟାଗ ଭିତରେ କଙ୍କାଳ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ପରେ ଖବର ଚାରିଆଡ଼େ ଖବର ପ୍ରଚାରିତ ହୋଇଯାଇଥିଲା ।

ଅଖା ଭିତରୁ ନରକଙ୍କାଳ ଠାବ । ଚନ୍ଦକା ଥାନା ଅନ୍ତର୍ଗତ ବାରଙ୍ଗ ପୁରୀ କେନାଲ ଶଣ୍ଡପୂର୍ ନିକଟରେ ମିଳିଛି ନର କଙ୍କାଳ । ଘଟଣା ସ୍ଥଳରେ ଚନ୍ଦକା ପୁଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଜଣେ ବ୍ୟକ୍ତି ଶୌଚ କରିବାକୁ ଯାଇଥିବା ବେଳେ ଏକ ଅଖା ବ୍ୟାଗ ଭିତରେ କଙ୍କାଳ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ପରେ ଖବର ଚାରିଆଡ଼େ ଖବର ପ୍ରଚାରିତ ହୋଇଯାଇଥିଲା ।
କଙ୍କାଳ ଖପୁରୀ ଅଂଶରେ ଅସ୍ତ୍ରୋପଚାର ହୋଇଥିବା ନେଇ ଦାଗ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଫରେନ୍ସ ଟିମ୍ ପହଞ୍ଚି ଯାଞ୍ଚ କରିଛି। ନର କଙ୍କାଳ କେବେ ଠାରୁ ପଡ଼ିଲାଣି ଏବଂ ଏହା କାହାର, ଡିଏନଏ ଯାଞ୍ଚ ସ୍ପଷ୍ଟ ହେବ ।






