AK ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ଆମେରିକା ପକ୍ଷରୁ ଇରାନ ଉପରେ ଚାପ ପକାଇବାକୁ ନୂଆ ରଣନୀତିକ ପ୍ରସ୍ତୁତ କରାଯାଇଛି। ଇରାନୀୟ ବନ୍ଦରକୁ ପ୍ରବେଶ କରୁଥିବା କିମ୍ବା ସେଠାରୁ ବାହାରୁ ଥିବା ଜାହାଜଗୁଡ଼ିକର ଯାତାୟାତକୁ ଆମେରିକା ଅବରୋଧ କରିବ ବୋଲି କହିଛି। ଆମେରିକା ସହ ତିକ୍ତତା ମଧ୍ୟରେ ବଡ଼ ଧମକ ଦେଇଛି ଇରାନ। ସୋମବାର ଠାରୁ ଇରାନୀୟ ବନ୍ଦର ଓ ଉପକୂଳ ଅଞ୍ଚଳକୁ ଅବରୋଧ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ବେଳେ ତେହରାନ ପକ୍ଷରୁ ବଡ଼ ଧମକ ଦିଆଯାଇଛି। ଯଦି ଇରାନର ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବ, ତା’ହେଲେ ଗଲ୍ଫ କିମ୍ବା ଓମାନ ସମୁଦ୍ରରେ ଥିବା କୌଣସି ବନ୍ଦର ଆଉ ସୁରନ୍ଦିତ ରହିବ ନାହିଁ ବୋଲି ତେହରାନ ସ୍ପଷ୍ଟ ଭାବେ ଶୁଣାଇ ଦେଇଛି।

ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ଆମେରିକା ପକ୍ଷରୁ ଇରାନ ଉପରେ ଚାପ ପକାଇବାକୁ ନୂଆ ରଣନୀତିକ ପ୍ରସ୍ତୁତ କରାଯାଇଛି। ଇରାନୀୟ ବନ୍ଦରକୁ ପ୍ରବେଶ କରୁଥିବା କିମ୍ବା ସେଠାରୁ ବାହାରୁ ଥିବା ଜାହାଜଗୁଡ଼ିକର ଯାତାୟାତକୁ ଆମେରିକା ଅବରୋଧ କରିବ ବୋଲି କହିଛି। ସୋମବାର ଠାରୁ ଆମେରିକା ଏପରି ପଦକ୍ଷେପ ନେବାର ଆଶଙ୍କା ଥିବାରୁ ଇରାନ ପକ୍ଷରୁ ଗଲ୍ଫ ବନ୍ଦର ଗୁଡ଼ିକ ଉପରେ ଆକ୍ରମଣ କରାଯିବା ବୋଲି ଚେତାବନୀ ଦିଆଯାଇଛି।
ଇରାନର ମିଲିଟାରୀ ଓ ରେଭ୍ୟୁଲେସନାରୀ ଗାର୍ଡସ କହିଛି ଯେ “ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା ନିଶ୍ଚିତ ଭାବେ ଅତୁଟ ରହିବା ଦରକାର। ପର୍ସିଆନ ଗଲ୍ଫ ଓ ଓମାଦ ସମୁଦ୍ରରେ ସୁରକ୍ଷା ସମସ୍ତଙ୍କ ପାଇଁ ରହିବ କିମ୍ବା କାହା ପାଇଁ ରହିବ ନାହିଁ। ଏହି ଅଞ୍ଚଳରେ କୌଣସି ବି ବନ୍ଦରକୁ ଆଉ ସୁରକ୍ଷିତ ବିବେଚନା କରାଯାଇ ପାରିବ ନାହିଁ।” ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଥିଲା ଯେ ଅବରୋଧର ଅବଧି ଆମେରିକୀୟ ସମୟ ସକାଳ ୧୦ଟା ଓ ଇରାନୀୟ ସମୟ ଅପରାହ୍ନ ୫.୩୦(ଭାରତୀୟ ସମୟ ସନ୍ଧ୍ୟା ୭.୩୦)ରୁ ଆରମ୍ଭ ହେବ।
ଏହି ନିୟମ ଗଲ୍ଫ ଓ ଓମାନ ସାଗରରେ ଥିବା ସମସ୍ତ ଇରାନୀୟ ବନ୍ଦରଗୁଡ଼ିକ ପାଇଁ ଲାଗୁ ହେବ। କିନ୍ତୁ ଅଣ ଇରାନୀୟ ବନ୍ଦରଗୁଡ଼ିକ ମଧ୍ୟରେ ଚଳାଚଳ କରୁଥିବା ଜାହାଜଗୁଡ଼ିକ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିପାରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
ଏପରି ଘୋଷଣା ପରଠାରୁ ହିଁ ଗଲ୍ଫ ରିଜନରେ ସାମୁଦ୍ରିକ ଗତିବିଧି ପ୍ରଭାବିତ ହୋଇଛି। ଯୁଦ୍ଧ ବିରତି ପରେ ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜ ଟ୍ରାଫିକ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଏହା ଦ୍ରୁତଗତିରେ ହ୍ରାସ ପାଇଛି।






