AK ରାଷ୍ଟ୍ରପତି ପେଜିସ୍କିଆନ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ଯାଇଥିବା ଟିମର ପ୍ରଶଂସା ବି କରିଛନ୍ତି। ସେ ବିଶେଷ ରୂପରେ ଟିମରେ ଥିବା ଇରାନୀୟ ସଂସଦର ବାଚସ୍ପତି ମହମ୍ମଦ ବାକେର ଘାଲିବାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୨୧ ଘଣ୍ଟା ଧରି ଆମେରିକା ଓ ଇରାନର ପ୍ରତିନିଧିମାନେ ଇସଲାମାବାଦରେ ଆଲୋଚନା କରିଥିଲେ ହେଁ ଏହା ଫେଲ ମାରିଛି। ଏହା ପଛରେ ବିଭିନ୍ନ କାରଣ ଥିବା କୁହାଯାଉଛି। ଉଭୟ ଦେଶ ନିଜ ନିଜ ଜିଦରେ ଅଟଳ ରହିବାରୁ ଶାନ୍ତି ଆଲୋଚନା ଫେଲ ମାରିଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଇସ୍ରାଏଲ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆମେରିକା ଡିଲ କରି ନଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଏସବୁ ଭିତରେ ଡିଲ୍ ବିଫଳ ହେବାର ପ୍ରକୃତ କାରଣ କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି। ଆଲୋଚନାରେ ଇରାନ ପକ୍ଷରୁ ଅରାଘଚି ଉପସ୍ଥିତ ରହିଥିଲେ। ତାଙ୍କ କହିବା କଥା ଯେ ଆମେରିକା ସହ ଗୋଟିଏ ଶାନ୍ତି ଚୁକ୍ତି ପାଇଁ ତେହରାନ ମାତ୍ର କିଛି ଇଞ୍ଚ ଦୂରରେ ରହିଥିଲା। ହେଲେ ଡିଲ ହେବା ପୂର୍ବରୁ ହିଁ ଇସଲାମାବାଦରେ ଆମେରିକା ସହ ଚାଲିଥିବା ଆଲୋଚନା ଭୁଶୁଡ଼ିଥିଲା।
ଇରାନୀୟ ପ୍ରତିନିଧି ମଣ୍ଡଳୀ ଅତ୍ୟନ୍ତ ବିଶ୍ୱସନୀୟତା ସହ ଆମେରିକା ସହ ଆଲୋଚନା କରିଥିଲେ। ହେଲେ ଆମେରିକା ପକ୍ଷର ଅଧିକରୁ ଅଧିକ ଆଶା, ବଦଳୁଥିବା ଆଭିମୁଖ୍ୟ ଓ ଅବରୋଧ ଯୋଗୁ ଆଲୋଚନା ଫେଲ ମାରିଥିବା ସେ କହିଛନ୍ତି। ଅରାଘଚି ଏକ୍ସରେ କହିଛନ୍ତି, “ଗତ ୪୭ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଇରାନ ଅତ୍ୟନ୍ତ ଭଲ ମନରେ ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ସହ ଗଭୀର ଆଲୋଚନା କରିଛି। କିନ୍ତୁ ଯେତେବେଳେ ଇସଲାମାବାଦ ଏମୟୁ ଠାରୁ ଆମେ କିଛି ଦୂରରେ ରହିଥିଲୁ ସେତେବେଳେ ଆମକୁ ଅଧିକରୁ ଅଧିକ, ଲକ୍ଷ୍ୟ ପରିବର୍ତ୍ତନ ଓ ଅବରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ।” ଏଥିସହ ଇରାନୀୟ ଅଧିକାରୀମାନେ ପୂର୍ବରୁ ଦେଉଥିବା ଧମକକୁ ସେ ଦୋହରାଇଛନ୍ତି। ସେ କହିଛନ୍ତି, “କୌଣସି ଶିକ୍ଷା ହାସଲ କଲ ନାହିଁ। ସଦଭାବନାରୁ ସଦଭାବନେ ସୃଷ୍ଟି ହୋଇଥାଏ। ଶତ୍ରୁତାରୁ ଶତ୍ରୁତା ହିଁ ସୃଷ୍ଟି ହୋଇଥାଏ।”
ଯଦି ଆମେରିକା ନିଜର ଜିଦ ଛାଡ଼ିବ ଓ ଇରାନର ଅଧିକାରୀକୁ ସ୍ୱୀକୃତି ଦେବ, ତା’ହେଲେ ଏବେ ଆମେରିକା ସହ କୂଟନୀତିକ ବୁଝାମଣାର ସମ୍ଭାବନା ରହିଥିବା ଇରାନୀୟ ରାଷ୍ଟ୍ରପତି ମାସୌଦ ପେଜେସ୍କିଆନ କହିଛନ୍ତି।






