AK ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସୟଦ ଆତା ହସନେନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସୟଦ ଆତା ହସନେନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୂଚନା ଅନୁଯାୟୀ ସମ୍ରାଟ ଚୌଧୁରୀ ସକାଳ ୧୦ଟା ୫୦ରେ ପାଟନାର ଲୋକଭବନରେ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସୟଦ ଆତା ହସନେନ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ବିହାରର ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ଯେ ଭାରତୀୟ ଜନତା ପାର୍ଟିର ଜଣେ ନେତା ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିବେ । ସମ୍ରାଟ ଚୌଧୁରୀଙ୍କ ସହିତ ଜେଡିୟୁ କୋଟାରୁ ବିଜୟ କୁମାର ଚୌଧୁରୀ ଏବଂ ବିଜେନ୍ଦ୍ର ପ୍ରସାଦ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି କେବଳ ଏହି ତିନି ନେତା ଶପଥ ଗ୍ରହଣ କରିଛନ୍ତି । ନୂତନ ଏନଡିଏ ସରକାର ଗଠନ ହେବା ପରେ ମଧ୍ୟ କ୍ୟାବିନେଟରେ ୩୩ଟି ମନ୍ତ୍ରୀ ପଦ ଖାଲି ରହିଛି ।
ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବିଜେପି ସଭାପତି ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝି ବିଶେଷ ଭାବରେ ଉପସ୍ଥିତ ରହିବେ । ସମ୍ରାଟ ଚୌଧୁରୀ ତାଙ୍କର ଘରୁ ବାହାରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।






