AK ଇସ୍ରାଏଲର ଗୁଇନ୍ଦା ସଂସ୍ଥା ”ମୋସାଦ”ର ମୁଖ୍ୟ ଡେଭିଡ୍ ବାର୍ନିଆ ବୁଧବାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଇରାନର ଇସଲାମିକ ଶାସନର ପତନ ନହେବା ପର୍ଯ୍ୟନ୍ତ ମୋସାଦ ଶାନ୍ତିରେ ବସିବ ନାହିଁ। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ”ମୋସାଦ”ର ମୁଖ୍ୟ ଡେଭିଡ୍ ବାର୍ନିଆ ବୁଧବାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଇରାନର ଇସଲାମିକ ଶାସନର ପତନ ନହେବା ପର୍ଯ୍ୟନ୍ତ ମୋସାଦ ଶାନ୍ତିରେ ବସିବ ନାହିଁ। ହୋଲୋକଷ୍ଟ ସ୍ମୃତି ସମାରୋହରେ ଅଭିଭାଷଣ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ତେହେରାନ ଉପରେ ଆକ୍ରମଣ ଶେଷ ହେବା ପରେ ମଧ୍ୟ ମୋସାଦର ଅଭିଯାନ ଜାରି ରହିବ। ଇରାନରେ ଶାସନ ପରିବର୍ତ୍ତନ ଏବଂ ଏକ ମୁକ୍ତ ରାଷ୍ଟ୍ର ଗଠନ ପାଇଁ ମୋସାଦ ଏବେ ବି ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରଥମ ଥର ପାଇଁ ମୋସାଦ ମୁଖ୍ୟ ସର୍ବସାଧାରଣରେ ଇରାନରେ ଶାସନ ପରିବର୍ତ୍ତନ ବିଷୟରେ ନିଜର ମତାମତ ରଖିଛନ୍ତି। ଯଦିଓ ଯୁଦ୍ଧ ସମୟରେ ଏହା ସମ୍ଭବ ହୋଇପାରିନଥିଲା, କିନ୍ତୁ ବାର୍ନିଆଙ୍କ ମତରେ ଯୁଦ୍ଧ କେବଳ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ଅଛି। ଯୁଦ୍ଧରେ ମୋସାଦର ଭୂମିକାକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି। ବିଶେଷ କରି ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ୍ ମିସାଇଲ୍ ପ୍ରକଳ୍ପକୁ ରୋକିବାରେ ମୋସାଦ ସଫଳ ହୋଇଥିବା ସେ ଦାବି କରିଛନ୍ତି। ଯୁଦ୍ଧ ସମୟରେ ମୋସାଦ ଇରାନ ମଧ୍ୟରେ ମନସ୍ତାତ୍ତ୍ୱିକ ଯୁଦ୍ଧ ଆରମ୍ଭ କରି ଶାସନ ବିରୋଧରେ ସ୍ଥାନୀୟ ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲା। ବାର୍ନିଆ ଜୁନ୍ ୧ ତାରିଖରେ ନିଜ ପଦରୁ ଅବସର ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ବୟାନ ମାଧ୍ୟମରେ ସଂସ୍ଥାର ଆଗାମୀ ରଣନୀତି କ”ଣ ରହିବ, ତାହାର ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।






