କୋର୍ଟଙ୍କୁ ଅବଗତ କରାଯାଇଛି ଯେ ଏପ୍ରିଲ ୧୧ ସୁଦ୍ଧା ବେଙ୍ଗଲ ଭୋଟର ତାଲିକାରୁ ବାଦ ପଡ଼ିବା ଘଟଣାରେ ୩୪,୩୫,୧୭୪ଟି ଆବେଦନ କରାଯାଇଛି। ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିବାରୁ ଭୋଟରଙ୍କୁ ବିନା କୌଣସି ଆଶ୍ୱସ୍ତିରେ ଛଡ଼ା ନ ଯିବା ଦରକାର ବୋଲି ଆବେଦନକାରୀ କହିଛନ୍ତି। ନିର୍ବାଚନ କମିଶନଙ୍କ ଏସ୍ଆଇଆର ପରେ ବେଙ୍ଗଲ ଭୋଟର ତାଲିକାରୁ ବାଦ ପଡ଼ିଥିବା ଲକ୍ଷାଧିକ ଲୋକଙ୍କୁ ବଡ଼ ଝଟକା। ଏସ୍ଆଇଆର ପରେ ବାଦ ପଡ଼ିଥିବା ଲୋକଙ୍କୁ ସୁପ୍ରିମକୋର୍ଟରୁ ମିଳିନି କୌଣସି ଆଶ୍ୱସ୍ତି। ନାଁ କଟିଥିବା ଲୋକଙ୍କୁ ମତଦାନ କରିବାକୁ ଅନୁମତି ଦେଇ ନାହାନ୍ତି ସର୍ବୋଚ୍ଚ ଅଦାଲତ।

ନିର୍ବାଚନ ପୂର୍ବରୁ ନାଁ କଟିଥିବା ଲୋକଙ୍କ ଆବେଦନର ବିଚାର କରୁଥିବା ପ୍ରାଧିକୃତ ଟ୍ରିବ୍ୟୁନାଲ ବିଚାରପତିମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରାଯାଇ ପାରିବ ନାହିଁ ବୋଲି ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଏପ୍ରିଲ ୨୩ ଓ ୨୯ରେ ବେଙ୍ଗଲରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ ଏସ୍ଆଇଆର ପରେ ବେଙ୍ଗଲ ଭୋଟର ତାଲିକାରୁ ୯୦.୬୬ ଲକ୍ଷ ଲୋକଙ୍କ ନାଁ କଟି ଯାଇଛି।
ସଂଶୋଧିତ ଭୋଟର ତାଲିକା ସହ ଜଡ଼ିତ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଆମେ ଏମିତି ଏକ ପରିସ୍ଥିତି ସୃଷ୍ଟି କରିପାରିବୁ ନାହିଁ, ଯେଉଁଠାରେ ପ୍ରାଧିକୃତ ଟ୍ରିବ୍ୟୁନାଲ ଜଜମାନଙ୍କ ଉପରେ ଚାପ ସୃଷ୍ଟି ହେବ। ଆବେଦନକୁ ବନ୍ଦ କରିବା ପାଇଁ ଆମ ପାଖରେ ଆଉ ଗୋଟିଏ ଆବେଦନ ରହିଛି।” କୋର୍ଟଙ୍କୁ ଅବଗତ କରାଯାଇଛି ଯେ ଏପ୍ରିଲ ୧୧ ସୁଦ୍ଧା ବେଙ୍ଗଲ ଭୋଟର ତାଲିକାରୁ ବାଦ ପଡ଼ିବା ଘଟଣାରେ ୩୪,୩୫,୧୭୪ଟି ଆବେଦନ କରାଯାଇଛି। ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିବାରୁ ଭୋଟରଙ୍କୁ ବିନା କୌଣସି ଆଶ୍ୱସ୍ତିରେ ଛଡ଼ା ନ ଯିବା ଦରକାର ବୋଲି ଆବେଦନକାରୀ କହିଛନ୍ତି।
ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀ ଖଣ୍ଡପୀଠଙ୍କୁ କହିଛନ୍ତି, “ବେଙ୍ଗଲର ଲୋକମାନେ କେବଳ ଏହି କୋର୍ଟକୁ ଚାହିଁ ରହିଛନ୍ତି। କାରଣ ୩୪ ଲକ୍ଷ ବୈଧ ଭୋଟର ସେମାନଙ୍କ ଭୋଟିଂ ଅଧିକାରକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଭୋଟିଂ ଦିନ ଯାଏ ଯଥା ସମ୍ଭବ ଆବେଦନ କରିବାକୁ କୋର୍ଟ ଅନୁମତି ଦିଅନ୍ତୁ। ପ୍ରଭାବିତ ଭୋଟର ଯେମିତି ହଇରାଣ ନ ହେବେ, ସେଥିପାଇଁ ସପ୍ଲିମେଣ୍ଟାରୀ ଭୋଟର ତାଲିକା ଜାରି କରନ୍ତୁ।”
ଯଦିଓ ସୁପ୍ରିମକୋର୍ଟ ତତ୍କାଳ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି, କିନ୍ତୁ ଯାଞ୍ଚ ପରେ ଯେଉଁମାନଙ୍କ ନାଁ ତାଲିକାରେ ସାମିଲହେବ, ସେମାନେ ଭୋଟ ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି।
କୋର୍ଟ କହିଛନ୍ତି, “ଯେଉଁମାନଙ୍କ ନାଁ କଟି ଯାଇଛି, ସେମାନଙ୍କ ନାଁ ଏପ୍ରିଲ ୨୩ ନିର୍ବାଚନ ମଧ୍ୟରେ ତାଲିକାରେ ଯୋଡ଼ି ହୋପାରେ। ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ସେମାନଙ୍କ ନାଁ ତାଲିକାରେ ରହିଥିବ, ସେମାନେ ନିଶ୍ଚିତ ଭୋଟ ଦେବେ। ଏପ୍ରିଲ ୯ ଯାଏ ନ୍ୟାୟିକ ଅଧିକାରୀମାନେ ଅନେକ ଆବେଦନର ଯାଞ୍ଚ କରିଛନ୍ତି।”






