AK ଏବେ ପଏଣ୍ଟ ଟେବୁଲରେ ମୁମ୍ବାଇ ତଳ ଆଡ଼ୁ ଦ୍ୱିତୀୟରେ ରହିଛି। ଗୁରୁବାର ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗସ ଏକତରଫା ଭାବେ ମୁମ୍ବାଇକୁ ହରାଇ ଦେଇଛି। ଦଳ ୧୯୫ ରନ କରିଥିଲେ ହେଁ ଏହାକୁ ପଞ୍ଜାବ ବେଶ ସହଜରେ ପ୍ରାୟ ୪ ଓଭର ଓଭରରୁ ୩ ୱିକେଟ ହରାଇ ହାସଲ କରି ନେଇଛି । ଆଇପିଏଲ ୨୦୨୬ରେ ୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। କ୍ରମାଗତ ମୁମ୍ବାଇ ୪ଟି ମ୍ୟାଚ୍ ହାରିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ମୁମ୍ବାଇ ୨୦୨୬ ଆଇପିଏଲରେ ୫ଟି ମ୍ୟାଚ୍ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚ ଜିତି ପାରିଛି ।

ଏବେ ପଏଣ୍ଟ ଟେବୁଲରେ ମୁମ୍ବାଇ ତଳ ଆଡ଼ୁ ଦ୍ୱିତୀୟରେ ରହିଛି। ଗୁରୁବାର ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗସ ଏକତରଫା ଭାବେ ମୁମ୍ବାଇକୁ ହରାଇ ଦେଇଛି। ଦଳ ୧୯୫ ରନ କରିଥିଲେ ହେଁ ଏହାକୁ ପଞ୍ଜାବ ବେଶ ସହଜରେ ପ୍ରାୟ ୪ ଓଭର ଓଭରରୁ ୩ ୱିକେଟ ହରାଇ ହାସଲ କରି ନେଇଛି। ମୁମ୍ବାଇ ଚଳିତ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍ କୋଲକାତା ବିପକ୍ଷରେ ମାର୍ଚ୍ଚ ୨୯ରେ ଜିତିଥିଲା। ସେବେଠାରୁ ଦଳ ୪ଟି ମ୍ୟାଚ୍ ହାରିସାରିଲାଣି।
ପଞ୍ଜାବ ଠାରୁ ହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମୁମ୍ବାଇର ଅଧିନାୟକ ହେବା ପରେ ହାର୍ଦ୍ଦିକଙ୍କ ନେତୃତ୍ୱ ନେବାର ଦୁର୍ବଳତା ପଦାରେ ପଡ଼ିଛି। ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି, ଉତ୍ତରାଧିକାରୀ କେଉଁଠି ଆସିବ? ଆମକୁ ନିଜକୁ ମଧ୍ୟ ଦେଖାଇବାକୁ ପଡ଼ିବ। ଏଠାରେ ଆପଣ କେମିତି ଖେଳୁଛନ୍ତି, ତା’କୁ ଦେଖାଇବାକୁ ହେବ। ମୋ ଅନୁସାରେ ଆପଣଙ୍କୁ ଏ ବର୍ଷ ସଫଳତା ମିଳୁ ନାହିଁ ବୋଲି ଆପଣ ଭୁଲ କେବଳ ଚଳିତ ବର୍ଷ କରୁ ନାହାନ୍ତି। ଆପଣଙ୍କୁ ଏହାର ମୂଳ କାରଣ ଦେଖିବାକୁ ପଡ଼ିବ। ୨୦୧୫ରୁ ୨୦୨୩ ଯାଏ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ଏକାଧିକ ଟ୍ରଫି ଜିତିବାରେ ସହାୟତା କରିଥିଲେ।” ହାର୍ଦ୍ଦିକ ଏବେ ଅଧିନାୟକ ପଦ ଛାଡ଼ନ୍ତୁ ଓ ଏହାକୁ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରି ଦିଅନ୍ତୁ ବୋଲି ତିୱାରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “୨୦୨୩ରେ କୌଣସି ଟ୍ରଫି ନଥିଲା। ୨୦୨୪ରେ ବି ଟ୍ରଫି ମିଳିଲା ନାହିଁ। ଏ ବର୍ଷ ମଧ୍ୟ ଟ୍ରଫି ନ ମିଳିବାର ସମ୍ଭାବନା ଅଧିକ। ମୁଁ ଭାବୁଛି କ୍ୟାପ୍ଟେନ୍ସି ଦୁର୍ବଳ ରହିଛି। ମୁଁ ଅଧିକ ସମାଲୋଚନା କରିବାକୁ ଚାହୁଁନି।
କିନ୍ତୁ ହାର୍ଦ୍ଦିକ ଏହି ଟିମର ନେତୃତ୍ୱ ଯେଉଁ ଭଳି ନେବା କଥା ସେଭଳି କରୁ ନାହାନ୍ତି। କ୍ୟାପ୍ଟେନ ହସିବାରେ ଅଧିକ ସକ୍ରିୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ସମାଧାନ ଜରୁରୀ, ତା’ହେଲେ ହାର୍ଦ୍ଦିକ କ୍ୟାପ୍ଟେନ୍ସ ପଦ ଛାଡ଼ି ଦେବା କଥା। ଏହି ଦାୟିତ୍ୱ ସେ ରୋହିତ ଶର୍ମାକୁ ହସ୍ତାନ୍ତର କରନ୍ତୁ। ଆପଣ ଯେତେବେଳେ ରୋହିତଙ୍କୁ ହଟାଇଥିଲେ ସେତେବେଳେ ଅନ୍ୟାୟ କରିଥିଲେ।” ନେତୃତ୍ୱ ପରିବର୍ତ୍ତନ ବ୍ୟତୀତ ତିୱାରୀ ପଞ୍ଜାବ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆପଣାଇଥିବା ରଣନୀତିକୁ ବି ନାପସନ୍ଦ କରିଛନ୍ତି। ବିଶେଷ କରି ଶେଫରନ ରଦରଫୋର୍ଡଙ୍କ ପୂର୍ବରୁ ସେ ବ୍ୟାଟିଂ କରିବାକୁ ଆସିବା ଓ ଦୀପକ ଚହର ଭଲ ଲୟରେ ନଥିବା ବେଳେ ତାଙ୍କୁ ପ୍ରଥମ ଓଭର ପକାଇବାକୁ କହିବା ଘଟଣାକୁ ତିୱାରୀ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ହାର୍ଦ୍ଦିକ ପାଣ୍ଡ୍ୟା ଆଦୌ ଉପରେ ବ୍ୟାଟିଂ କରିବାକୁ ଆସିବାର ନଥିଲା। ସେ ୧୨ ବଲରେ ୧୪ ରନ କରିପାରିଥିଲେ। ରଦରଫୋର୍ଡ କେବଳ ୫ଟି ବଲ ପାଇଥିଲେ। ଯଦି ରଦରଫୋର୍ଡ ୧୪ ବଲର ସାମ୍ନା କରିଥାଆନ୍ତେ, ତା’ହେଲେ ୩ରୁ ୪ଟି ଛକା ମାରି ପାରିଥାଆନ୍ତେ।ପାଣ୍ଡ୍ୟା ଭାବିଥିଲେ ସେ କରିପାରିବେ। ହିଁ ତାଙ୍କ ପାଖରେ କ୍ଷମତା ରହିଛି। ତଥାପି ରଦରଫୋର୍ଡ ଆଗରେ ଆସିବାର ଥିଲା। ଯଦି ଆପଣ ଯଶପ୍ରୀତ ବୁମ୍ରାଙ୍କୁ ପ୍ରଥମ ଓଭର ଦେଲେ ନାହିଁ, ତା’ହେଲେ ଦ୍ୱିତୀୟ ଓଭର ଦେବାର କୌଣସି କାରଣ ନଥିଲା।”






