AK ଲେଡିଜ ମେସରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କାଶୀପୁର ସ୍ଥିତ ଏକ ଘରୋଇ ମେସ୍ରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ବୟସ ୨୩ ବର୍ଷ । ସେ, ଯୋଡ଼ା ଅଞ୍ଚଳର ବାସିନ୍ଦା । କେନ୍ଦୁଝର ସହରରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ଫାଇନାନ୍ସ ଡିପାର୍ଟମେଣ୍ଟରେ କାମ କରୁଥିଲେ । ଖବର ପାଇ ଟାଉନଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମର ଶରୀରକୁ ତଳକୁ ଓହ୍ଲାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଯୁବତୀଙ୍କ ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡୁଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଅନ୍ୟପଟେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ବାଲେଶ୍ବର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ । ନୀଳଗିରି ଥାନା ଅଧୀନ ଚଷାଖଣ୍ଡ ଗ୍ରାମର ପାଣି ଟାଙ୍କି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି । ତେବେ କେହି ଜେଣ ହତ୍ୟା କରି ଯୁବକଙ୍କୁ ଗଛରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ନୀଳଗିରି ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ଆଜି ସକାଳୁ ସ୍ଥାନୀୟ ଲୋକ ଯୁବକଙ୍କ ଶବଟି ଝୁଲୁଥିବାର ଦେଖିଥିଲେ । ପରେ ନୀଳଗିରି ପୁଲିସକୁ ଅବଗତ କରିଥିଲେ । ଘଟଣା ସ୍ଥଳରେ ଏକ ପଲସର ବାଇକ ମଧ୍ୟ ପଡ଼ି ରହିଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।






