ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଓ ଇନ୍ଦ୍ରଜିତ ଯାଦବ ଶେଷରେ ଗୁରୁବାର ଦୁବାଇରୁ ଗିରଫ ହୋଇଛି। ହତ୍ୟା, ଶହ ଶହ କୋଟିର ବେଆଇନ ଋଣ କାରବାର ଓ ବଟି ଆଦାୟ ଭଳି ୧୫ରୁ ଅଧିକ ସଂଗୀନ ମାମଲା ତା’ ନାମରେ ରହିଛି। ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଓ ଇନ୍ଦ୍ରଜିତ ଯାଦବ ଶେଷରେ ଗୁରୁବାର ଦୁବାଇରୁ ଗିରଫ ହୋଇଛି। ୨୦୨୪ ରୋହତକ ହତ୍ୟାକାଣ୍ଡ ପରେ ବିଦେଶକୁ ଫେରାର ହୋଇଯାଇଥିବା ଏହି ଗ୍ୟାଙ୍ଗଷ୍ଟରକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ହତ୍ୟା, ଶହ ଶହ କୋଟିର ବେଆଇନ ଋଣ କାରବାର ଓ ବଟି ଆଦାୟ ଭଳି ୧୫ରୁ ଅଧିକ ସଂଗୀନ ମାମଲା ତା’ ନାମରେ ରହିଛି।

ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ
ଅପରାଧର ଏହି କଳା ଦୁନିଆକୁ ଇନ୍ଦ୍ରଜିତ ଗ୍ଲାମରର ମୁଖା ପିନ୍ଧାଇ ସଜାଇଥିଲା। ସୋସିଆଲ ମିଡିଆରେ ୧୫ ଲକ୍ଷରୁ ଅଧିକ ଫଲୋଅର୍ସ ଏବଂ ‘ଜେମ୍ସ ଟ୍ୟୁନ୍ସ’ ଭଳି ମ୍ୟୁଜିକ କମ୍ପାନିର ମାଲିକାନା ଜରିଆରେ ସେ ନିଜର ପ୍ରଭାବ ବିସ୍ତାର କରୁଥିଲା। ବଲିଉଡ ସେଲିବ୍ରିଟିଙ୍କ ସହ ତା’ର ସମ୍ପର୍କ ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟାପକ ମନି ଲଣ୍ଡରିଂର ସନ୍ଧାନ ପାଇଛି। ଗୁରୁଗ୍ରାମ ଓ ଦିଲ୍ଲୀରେ ହୋଇଥିବା ଚଢ଼ାଉରୁ ତା’ର ଅପରାଧିକ ନେଟୱାର୍କର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଗାୟକ ରାହୁଲ ଫାଜିଲପୁରିଆଙ୍କ ସହଯୋଗୀଙ୍କ ହତ୍ୟା ଏବଂ ପ୍ରସିଦ୍ଧ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ ଭଳି ଘଟଣାରେ ଇନ୍ଦ୍ରଜିତର ସମ୍ପୃକ୍ତି ପଦାକୁ ଆସିବା ପରେ ପୋଲିସ ତାକୁ ଖୋଜୁଥିଲା। ବର୍ତ୍ତମାନ ଦୁବାଇ କର୍ତ୍ତୃପକ୍ଷଙ୍କ ସହଯୋଗରେ ତାକୁ ଭାରତ ଆଣିବା ପାଇଁ ସମସ୍ତ ଆଇନଗତ ଦସ୍ତାବେଜ ପ୍ରସ୍ତୁତ କରାଯାଉଛି।






