AK ଏପ୍ରିଲ ୧୦ରେ ଗୁହାଟୀରେ ଅନୁଷ୍ଠିତ ମ୍ୟାଚ୍ ବେଳେ ଡଗଆଉଟ ନିକଟରେ ରାଜସ୍ଥାନର ମ୍ୟାନେଜର ରୋମି ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହାର ଫୋଟ ବି ସାମ୍ନାକୁ ଆସିଥିଲା। ରୋମି ମୋବାଇଲ ଚିପୁ ଥିବା ବେଳେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ତାଙ୍କ ପାଖରେ ବସିଥିଲେ। ରୟାଲ ଚ୍ୟାଲାଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ବେଳେ ଡଗଆଉଟରେ ମୋବାଇଲ ବ୍ୟବହାର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମି ଭିଣ୍ତେର। ସେ ବିସିସିଆଇର ଦୁର୍ନୀତି ନିରୋଧ ପ୍ରୋଟକଲ ଭାଙ୍ଗିଥିବା ସ୍ପଷ୍ଟ ହୋଇଛି। କିନ୍ତୁ ତାଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲଗା ଯାଇଛି।

ଏପ୍ରିଲ ୧୦ରେ ଗୁହାଟୀରେ ଅନୁଷ୍ଠିତ ମ୍ୟାଚ୍ ବେଳେ ଡଗଆଉଟ ନିକଟରେ ରାଜସ୍ଥାନର ମ୍ୟାନେଜର ରୋମି ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହାର ଫୋଟ ବି ସାମ୍ନାକୁ ଆସିଥିଲା। ରୋମି ମୋବାଇଲ ଚିପୁ ଥିବା ବେଳେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ତାଙ୍କ ପାଖରେ ବସିଥିଲେ। ସେ ଚାତକ ଭଳି ରୋମିଙ୍କ ଫୋନକୁ ଚାହିଁ ରହିଥିଲେ । ଏହାର ଫଟୋ ସାମ୍ନାକୁ ଆସିବା ପରେ ବେଶ ବିବାଦ ଦେଖାଯାଇଥିଲା। ପ୍ଲେୟାର ଓ ମ୍ୟାଚ୍ ଅଫିସିଆଲ ଏରିଆ ବା ପିଏମଓଏ ପ୍ରୋଟକଲ ଅନୁସାରେ ଟିମ ମ୍ୟାନେଜରମାନେ ମୋବାଇଲ ବ୍ୟବହାର କରିପାରିବେ। କିନ୍ତୁ ସେମାନେ କେବଳ ଡ୍ରେସିଂ ରୁମରେ ଏହାର ବ୍ୟବହାର କରିବାକୁ ଅନୁମତି ପାଇଛନ୍ତି। ହେଲେ ରୋମି ଡଗଆଉଟ ନିକଟରେ ମୋବାଇଲର ବ୍ୟବହାର କରିଥିଲେ।
ତାଙ୍କର ଏପରି କାରନାମା ଅବହେଳାର ଚରମସୀମା ଉଲ୍ଲଙ୍ଘନ କରିଥିଲେ ହେଁ ରୋମିଙ୍କୁ କେବଳ ୧ ଲକ୍ଷ ଟଙ୍କାର ଫାଇନ ଓ ଚେତାବନୀ ଦେଇ ବିସିସିଆଇ ଛାଡ଼ି ଦେଇଛି। କାରଣ ମୋବାଇଲ ବ୍ୟବହାର ପଛରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।
ବିସିସିଆଇର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ପୂରା ଘଟଣାର ତଦନ୍ତ ବିସିସିଆଇର ଦୁର୍ନୀତି ନିରୋଧ ଓ ସୁରକ୍ଷା ଶାଖା ବା ଏସିଏସ୍ୟୁ ପକ୍ଷରୁ କରାଯାଇଥିଲା। ଏହାପରେ ଏ ସମ୍ପର୍କରେ ପ୍ରାଞ୍ଚାଇଜକୁ ଅବଗତ କରି ଦିଆଯାଇଛି। ରୋମିଙ୍କୁ ମୋବାଇଲ ବ୍ୟବହାର କରିଥିବାରୁ ଫାଇନ ଓ ଚେତାବନୀ ଦିଆଯାଇଛି।ତଦନ୍ତକାରୀ ଅଧିକାରୀ ହୃଦୟଙ୍ଗମ କରିଛନ୍ତି ଯେ ସ୍ୱାସ୍ଥ୍ୟାଗତ ସମସ୍ୟା ଯୋଗୁ ରୋମି ମୋବାଇଲ ବ୍ୟବହାର କରିବା ଜରୁରୀ। ଏହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସେ ମନିଟର କରିପାରେ।
ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ କୌଣସି ଆଲୋଚନା ହୋଇନି। ସେ ଜଣେ ଛୋଟ ପିଲା। ନିୟମ ବିଷୟରେ ତାଙ୍କୁ ପ୍ରାଞ୍ଚାଇଜ ଭଲ ଭାବେ ବୁଝାଇ ଦେଇଛି। ତାଙ୍କୁ ଆକଟ କରିବାର କୌଣସି କାରଣ ନାହିଁ।” ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମି ଅତୀତରେ ଗୁରୁତର ସ୍ୱାସ୍ଥ୍ୟା ସମସ୍ୟା ଦେଇ ଗତି କରିଥିଲେ। ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ତାଙ୍କୁ ନାଗପୁରର ଗୋଟିଏ ହସ୍ପିଟାଲରେ ଦୀର୍ଘ ସମୟ ଧରି ଆଡମିଟ ହେବାକୁ ପଡ଼ିଥିଲା। ସେ ନିଜର ଓଜନ ପ୍ରାୟ ୧୦ କେଜି ହରାଇଛନ୍ତି।
ସେହିପରି ସେ ଶ୍ୱାସ ରୋଗରେ ପୀଡ଼ିତ। ଏଥିପାଇଁ ରୋମି ନିୟମିତ ମୋବାଇଲ ବ୍ୟବହାର କରନ୍ତି। ସେ ଘଟଣା ବେଳେ ଫୋନରେ କାହା ସହ କଥା ହୋଇ ନାହାନ୍ତି କିମ୍ବା କୌଣସି କଲ ଗ୍ରହଣ କରି ନାହାନ୍ତି। ସେ କେବଳ ମୋବାଇଲକୁ ସ୍କ୍ରଲ କରିଥିଲେ।






