ଆଜି ଦିନ ୧୧ଟା ୩୦ରେ ପୁଣିଥରେ ଆରମ୍ଭ ହେବ ଗଣତିମଣତି । ଏଥିପାଇଁ ପ୍ରାଧିକୃତ ଅଧିକାରୀ ଓ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ପରେ ହେବ ଗଣତିମଣତି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଜାରି ରହିବ ।

ରତ୍ନଭଣ୍ଡାର ଗଣତିମଣତିର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ଆଜି ଦିନ ୧୧ଟା ୩୦ରେ ପୁଣିଥରେ ଆରମ୍ଭ ହେବ ଗଣତିମଣତି। ଏଥିପାଇଁ ପ୍ରାଧିକୃତ ଅଧିକାରୀ ଓ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ପରେ ହେବ ଗଣତିମଣତି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଜାରି ରହିବ । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନର ଗଣତିମଣତି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍ଠାକ ଚାଲିଛି । ମହାପ୍ରଭୁଙ୍କ ଦର୍ଶନ ସରିଲା ପରେ ବାହାର ରତ୍ନଭଣ୍ଡାର ଅନୁଧ୍ୟାନ କରାଯାଇଥିଲା । ସରକାରଙ୍କ ଦ୍ବାରା ଗଠିତ କମିଟି, ଅଧିକାରୀ ଏବଂ ସେବାୟତ ଏଥିରେ ଉପସ୍ଥିତ ଥିଲେ । ଏସ୍ଓପି ଅନୁସାରେ ଗଣତିମଣତି ହୋଇଛି । ପ୍ରତ୍ୟେକ ମୂଲ୍ୟବାନ ଜିନିଷ ୩ଡି ମ୍ୟାପିଂ କରାଯାଉଛି । ଏହା ଦ୍ବାରା ପୂର୍ଣ୍ଣ ଛବି ମିଳିପାରିବ । ମହାପ୍ରଭୁଙ୍କ ଗହଣାର ବିସ୍ତୃତ ବିବରଣୀ ରଖାଯାଉଛି, ଯାହାଦ୍ବାରା ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ । ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଏହି ପ୍ରକ୍ରିୟା ଲଗାତାର ୪ ଦିନ ଧରି ଚାଲିବ । ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ । ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ ।






