AK ସଂସ୍କୃତ ବିଭାଗ, ପଞ୍ଚାୟତ କଲେଜ, କଣ୍ଟାମାଳ କଣ୍ଟାମାଳ – NEP 2020 ଅନୁଯାୟୀ ECCE ବୁଝିବା
ସଂସ୍କୃତ ବିଭାଗ ଦ୍ୱାରା ଖଲିଆପାଲି ଅଙ୍ଗନୱାଡି କେନ୍ଦ୍ରକୁ ଏକ ସଫଳ କ୍ଷେତ୍ର ପରିଦର୍ଶନ ଆୟୋଜନ କରାଯାଇଥିଲା।

ବିଭାଗୀୟ ମୁଖ୍ୟ ଶ୍ରୀ ପୌଲସ୍ତି ପ୍ରଧାନ ଓ ଅଧ୍ୟାପିକା ଶତୋତ୍ପଳା ମହାକୁଳଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସମୁଦାୟ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ମୌଳିକ ଶିକ୍ଷାରେ ଅଙ୍ଗନୱାଡି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବ୍ୟବହାରିକ ଜ୍ଞାନ ହାସଲ କଲେ।ଛାତ୍ରଛାତ୍ରୀମାନେ ଅଙ୍ଗନୱାଡି କର୍ମୀଙ୍କ ପ୍ରଶାସନିକ ଓ ସେବାମୂଳକ କାର୍ଯ୍ୟ ବିଷୟରେ ଅବଗତ ହେଲେ l ଏହି ପରିଦର୍ଶନ NEP 2020ର ମୌଳିକ ସ୍ତରର ଲକ୍ଷ୍ୟଗୁଡ଼ିକର ବ୍ୟବହାରିକ ପ୍ରୟୋଗ ଦର୍ଶlଯାଇଥିଲା । CDPO, କଣ୍ଟାମାଳ, ସମସ୍ତ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ଵାରା ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ଓ ସହଯୋଗ ପାଇଁ ପୁରୋହିତ ସାର୍ ଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଥିଲା l
କଣ୍ଟାମାଳରୁ ରାଜl ମହାକୁଡ଼ଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚି କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






