ଏ.କେ ବ୍ୟୁରୋ : ଭବିଷ୍ୟତରେ ଯଦି ପାକିସ୍ତାନ ବିରୋଧରେ କୌଣସି ଦୁଃସାହାସ ପ୍ରଦର୍ଶନ କରିବ, ତା’ହେଲେ ଏହାର ପରିଣାମ ନୂଆଦିଲ୍ଲୀ ପାଇଁ ଅତ୍ୟନ୍ତ ତୀବ୍ର, ବିପଦଜନକ ଓ ଯନ୍ତ୍ରଣା ଦାୟକ ରହିବ ବୋଲି ସେ ବାହାସ୍ଫୋଟ ମାରିଛନ୍ତି। ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଘାଇଲା ହୋଇ ଯୁଦ୍ଧ ବିରତି ଲାଗୁ କରିଥିବା ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ପୁଣି ବାଚାଳାମୀ ଦେଖାଇଛନ୍ତି। ଅପରେସନ ସିନ୍ଦୂରର ବର୍ଷକ ପରେ ପାକିସ୍ତାନ ଫିଲ୍ଡ ମାର୍ଶଲ ମୁନିର ଭାରତକୁ ଦେଖାଇଛନ୍ତି ନାଲି ଆଖି।

ସେ ଭାରତକୁ ଉସକାଇବା ଭଳି ବୟାନ ଦେଇଛନ୍ତି। ଭବିଷ୍ୟତରେ ଯଦି ପାକିସ୍ତାନ ବିରୋଧରେ କୌଣସି ଦୁଃସାହାସ ପ୍ରଦର୍ଶନ କରିବ, ତା’ହେଲେ ଏହାର ପରିଣାମ ନୂଆଦିଲ୍ଲୀ ପାଇଁ ଅତ୍ୟନ୍ତ ତୀବ୍ର, ବିପଦଜନକ ଓ ଯନ୍ତ୍ରଣା ଦାୟକ ରହିବ ବୋଲି ସେ ବାହାସ୍ଫୋଟ ମାରିଛନ୍ତି।
ରାୱଲପିଣ୍ଡିରେ ଥିବା ଜେନେରାଲ ମୁଖ୍ୟାଳୟରେ ମୁନିର ଦାବି କରିଛନ୍ତି ଯେ ୨୦୨୫ ବିବାଦ ସମୟରେ ଭାରତ ତୁଳନାରେ ପାକିସ୍ତାନର ରଣନୀତି ଅଧିକ ଉଚ୍ଚତର ଥିଲା। ସେ କହିଛନ୍ତି, “ଆମ ଶତ୍ରୁମାନେ ମନେ ରଖିବା ଦରକାର ଯେ ଯଦି ଭବିଷ୍ୟତରେ ସେମାନେ କୌଣସି ପ୍ରକାରର ଦୁଃସାହାସ ପାକିସ୍ତାନ ବିପକ୍ଷରେ ପ୍ରଦର୍ଶନ କରିବେ, ତା’ହେଲେ ଯୁଦ୍ଧର ପ୍ରଭାବ ଆଦୌ ସୀମିତ ରହିବ ନାହିଁ। ଏହା ଅତ୍ୟନ୍ତ ତୀବ୍ର, ବିପଦ ଜନକ, ଅଧିକ ଘାତକ ଓ ଯନ୍ତ୍ରଣା ଦାୟକ ହେବ।”
ମୁନିର ଆହୁରି ମୁହଁ ଫୁଟାଣି ଦେଖା କହି ଦାବି କରିଛନ୍ତି ଯେ ଭାରତ ୨୦୨୫ ସୈନ୍ୟ ସଂଘର୍ଷ ସମୟରେ ପାକିସ୍ତାନର ସଂପ୍ରଭୃତା ଓ କ୍ଷେତ୍ରୀୟ ସୀମାକୁ ଉଲ୍ଲଙ୍ଘନ କରି ଆମ ସଂକଳ୍ପର ପରୀକ୍ଷା ନେବାକୁ ଅସଫଳ ପ୍ରୟାସ କରିଥିଲା। ଏହାର ଜବାବ ଇସାଲାମାବାଦ ପୂର୍ଣ୍ଣ ରାଷ୍ଟ୍ରୀୟ ଏକତା ଓ ସୈନ୍ୟ ବଳ ସହ ଦେଇଥିଲା।
ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ କେବଳ ଗୋଟିଏ ପାରମ୍ପରିକ ଯୁଦ୍ଧ ହୋଇ ନଥିଲା। ବାସ୍ତବରେ ଏହି ଯୁଦ୍ଧ ଦୁଇଟି ବିଚାରଧାରା ମଧ୍ୟରେ ହୋଇଥିଲା। ଏଥିରରେ ଆଲ୍ଲାଙ୍କ କୃପାରୁ ବିଶ୍ୱାସ ଜିତିଛି ଓ ମିଥ୍ୟା ହାରିଛି ବୋଲି ସେ ଦମ୍ଭୋକ୍ତି କରିଛନ୍ତି।
ସେ କହିଛନ୍ତି ଯେ “୨୦୨୫ ବିବାଦ ଆଦୌ ଅତିର୍କିତ ନଥିଲା। ଏହା ଭାରତର ଦୀର୍ଘକାଳୀନ ରଣନୀତିର ଅଂଶବିଶେଷ। ୨୦୦୧, ୨୦୦୮, ୨୦୧୬ ଓ ୨୦୧୯ ମିଥ୍ୟା ଅଭିଯାନ ଏହା ପ୍ରମାଣିତ କରୁଛି ଯେ ଭାରତ ପୂର୍ବରୁ ମଧ୍ୟ ପାକିସ୍ତାନ ଉପରେ ଅବୈଧ ଯୁଦ୍ଧ ଥୋପିବାକୁ ଚାହୁଁଥିଲା।
ନିଜର ସଂକୀର୍ଣ୍ଣ ମାନସିକତା, ଦୀର୍ଘ କାଳୀନ ରାଜନୀତିକ ଓ ସାମରିକ ଲକ୍ଷ୍ୟକୁ ଭାରତ ମିଥ୍ୟା ଅଭିଯୋଗ ଏବଂ ଯୁଦ୍ଧଖୋର ଆଭିମୁଖ୍ୟ ଦ୍ୱାରା ପୂରଣ କରିବାକୁ ଲକ୍ଷ୍ୟ ରଖିଥିଲା। ଯଦି ପାକିସ୍ତାନର ଶତ୍ରୁ ଭବିଷ୍ୟତରେ ଏପରି ପଦକ୍ଷେପ ନେବେ, ତା’ହେଲେ ଯୁଦ୍ଧର ପ୍ରଭାବ ଆଦୌ ସୀମିତ ରହିବ ନାହିଁ।” ମୁନିର ପ୍ରଥମଥର ପାଇଁ ଭାରତକୁ ଏପରି ଧମକ ଦେଇ ନାହାନ୍ତି। ଏହାପୂର୍ବରୁ ମଧ୍ୟ ସେ ଭାରତ ବିରୋଧରେ ଉସକାଇବା ଭଳି ବୟାନ ଦେବାର ନଜିର ରହିଛି।






