ନୂଆପଡ଼ା: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ନାଗରିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ନୂଆପଡ଼ା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଦର୍ଶ ସଂସଦ-୨୦୨୬ ଆଜି ସ୍ଥାନୀୟ ପି.ଏମ୍. ଶ୍ରୀ ନେସନାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଗଣେଶ୍ୱର କହଁର, ଖଡ଼ିଆଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ କ୍ଷୀରେଶ୍ୱର ସାହୁ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ,
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ରେଶମ ଲାଲ ନାଏକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଯୋଗଦେଇଥିଲେ। ଛାୟା ସଂସଦର ରଚନା ଓ ନିର୍ଦ୍ଦେଶନା ପି.ଏମ୍. ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆରରୋଡ଼ ର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ଦେଇଥିଲେ। କାର୍ଯ୍ୟକ୍ରମଟିର ସଫଳ ରୂପାୟନରେ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଟବନ ଭରାର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଶତପଥୀ, ଶିକ୍ଷକ ତୁଲାରାମ ପଟେଲ, ଦରମ ପ୍ରାସାଦ ନାଏକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେl
ଏହି ଆଦର୍ଶ ସଂସଦରେ ଛାତ୍ରଛାତ୍ରୀମାନେ ସଂସଦୀୟ ଗୃହର କାର୍ଯ୍ୟପ୍ରଣାଳୀ, ଆଲୋଚନା, ପ୍ରଶ୍ନୋତ୍ତର, ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପସ୍ଥାପନ ଓ ଗୃହ ପରିଚାଳନା ଆଦିର ଅଭ୍ୟାସ କରିଥିଲେ। ଏହା ମାଧ୍ୟମରେ ସେମାନେ ସଂସଦୀୟ ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ସହ ନିଜର ବକ୍ତୃତା, ତର୍କ ଓ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା
ଏହି ଅବସରରେ ଶିକ୍ଷା ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।






