ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତ୍ତିଭୂମି ସ୍ଥାପନ, କଲେ ଆଜିର ମୁଖ୍ୟ ଅତିଥି ଅନୁଗୋଳର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ,୨୮ନଂ ଜୁନୁ ଜିଲ୍ଲା ପରିଷଦ ଶ୍ରୀମତୀ ମୀରା ଗଡ଼ନାୟକ ବଉଳିଗଡ଼ର ସରପଞ୍ଚ ଶ୍ରୀଯୁକ୍ତ ଅମରେନ୍ଦ୍ର ଗଡ଼ନାୟକ, ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ସାମଲ, ଓ ଅନ୍ୟାନି ୟ କର୍ମୀ ବୃନ୍ଦ ଏଠାରେ ରହି ସଭା ରେ ଯୋଗ ଦାନ କରି ଥିଲେ, ବିଦ୍ୟାଳୟ ମାନ୍ୟତା ପାଇଛି ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ ଓ ଶିକ୍ଷାର ଉନ୍ନତି ଦିଗରେ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅବଦାନକୁ ନେଇ ଆଲୋଚନା ହେଉଛି। ବିଦ୍ୟାଳୟର ଉନ୍ନତି ଦ୍ବାରା ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ପାଇବାର ସୁଯୋଗ ପାଇବେ। ଶିକ୍ଷାର ବିକାଶ ହିଁ ସମାଜର ବିକାଶ।

ଶିକ୍ଷାର ଆଲୋକ ବାଣ୍ଟୁଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟର ଶିକ୍ଷାଦାନ, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ଉନ୍ନତିକୁ ନେଇ ବିଶେଷ ଖବର। ଶିକ୍ଷା ହେଉଛି ମଣିଷ ଜୀବନର ମୂଳଦୁଆ । ଏହି ମହତ୍ ଉଦ୍ଦେଶ୍ୟକୁ ଆଗରେ ରଖ୍ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଶିଶୁମାନଙ୍କ ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶରେ ନିଜର ଭୂମିକା ତୁଲାଉଛି। ବିଦ୍ୟାଳୟରେ ପାଠପଢ଼ା ସହିତ ଶୃଙ୍ଖଳା, ନୈତିକ ଶିକ୍ଷା, ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି।
ବିଦ୍ୟାଳୟର ଉନ୍ନତି ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ।ଅନୁଗୋଳ ରୁ ଶ୍ୟାମଘନ ନାୟକ






