AK ଏବେ ଓଡ଼ିଶାବାସୀ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି। ଆଗାମୀ ୪ ଦିନ ଯାଏ ତାତିରୁ ବି ନିସ୍ତାର ମିଳିବ ନାହିଁ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ କହିଛି।

ସମଗ୍ର ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରଖର ଖରା ସାଙ୍ଗକୁ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏବେ ଓଡ଼ିଶାବାସୀ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି। ଆଗାମୀ ୪ ଦିନ ଯାଏ ତାତିରୁ ବି ନିସ୍ତାର ମିଳିବ ନାହିଁ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ କହିଛି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିରେ ଛୁଟି ଘୋଷଣା ଆରମ୍ଭ ହୋଇ ଯାଇଛି।
ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ରୁ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି କରି ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ୨୦ରୁ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତୁ। ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିଲେ ହେଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଗୁଡ଼ିକ ଜାରି ରଖିବାକୁ ଜିଲ୍ଲାପାଳ କହିଛନ୍ତି। ସେହିପରି ଆଜିଠୁ ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି।। ଆସନ୍ତା ୨୨ ତାରିଖ ଯାଏ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।
କିନ୍ତୁ ଏହି ସମୟ ମଧ୍ୟରେ ପରୀକ୍ଷାଗୁଡ଼ିକ ବନ୍ଦ ହେବ ନାହିଁ। ପରୀକ୍ଷାଗୁଡ଼ିକୁ ସକାଳ ସମୟରେ କରାଯାଇପାରିବ। ସେହିପରି ଶିକ୍ଷାନୁଷ୍ଠାନମାନଙ୍କୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଗରମରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି।






