ଏ.କେ ବ୍ୟୁରୋ : ଗଞ୍ଜାମ ,ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ଶ୍ରୀ ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରିତା ବେହେରା ସଭାନେତ୍ରୀ ଆସନ ଅଳଙ୍କୃତ କରିଥିବା ବେଳେ, ମୁଖ୍ୟ ଅତିଥି ରୂପେ ବି .ଆର. ସି.ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ରୂପେ ଏବିଇଓ ଶ୍ରୀ ଦେବରାଜ ବେହେରା ଯୋଗ ଦେଇଥିଲେ।
ଏହାଛଡା ସମ୍ମାନିତ ଅତିଥି ରୂପେ ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜାନୀ, ପ୍ରତାପୁର କ୍ଲଷ୍ଟର ସିଆରସିସି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଭାଟକୁମରଡ଼ା କ୍ଲଷ୍ଟର ସିଆରସିସି ଶ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ଏସ୍ ଆର୍ ପଲ୍ଲୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିନୋଦ କୁମାର ପଣ୍ଡା , ହାଣ୍ଡିଘର ୟୁଜିଏଚଏସ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇନ୍ଦିରା ରାଣୀ ଦାସ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ପ୍ରଗତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ଲଷ୍ଟର ଅନ୍ତର୍ଗତ ୯ ଗୋଟି ବିଦ୍ୟାଳୟରୁ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦଘୋଷକ ରୂପେ ଶିକ୍ଷକ ଶ୍ରୀ ଭାରତୀ ଭୂଷଣ ଦାଶ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ, ଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ବେହେରା, ଶ୍ରୀ ନିରଞ୍ଜନ ମହାପାତ୍ର, ଶ୍ରୀମତୀ ସୈରେନ୍ଦ୍ରୀ ଗୌଡ଼, ଶ୍ରୀମତୀ ନ୍ୟୁଜା ରାଣୀ ମହାପାତ୍ର, ଶ୍ରୀମତୀ ଅଲିଭା ରାଣୀ ଗିରିଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଭା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ନବୀକରଣ ହୋଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ଗୃହର ଉଦ୍ଘାଟନ କରିଥିଲେ।






