ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜୟ ମା’ ସିଂହ ବାହିନୀ ୟୁଥ କ୍ଲବ୍ ପୋକ୍ଷରୁ ୨୩ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଉଛି I ଏହି ଅବସରରେ ପୂଜା ମଣ୍ଡପରେ ଚଳଚଞ୍ଚଳ ପରିବେଶ ସୃଷ୍ଟି । ମା’ଙ୍କ ଆରାଧନା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଅକ୍ଟୋବର ୧୮ ତାରିଖ ମହାସପ୍ତମୀ ଅବସରରେ ସୂର୍ଯ୍ୟପୂଜା, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ମହାସ୍ନାନ, ମଣ୍ଡଳ କଳସ ପୂଜନ ଓ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା | ପୂଜାବିଧୂ ଅନୁଯାୟୀ ପୁରୋହିତ ସୁଶାନ୍ତ ମିଶ୍ର ଓ କର୍ଷା ସୁମନ୍ତ ମିଶ୍ର ଦ୍ବାରା ଦେବୀଙ୍କ ବିଭିନ୍ନ ରୀତିନୀତି ସମ୍ପନ୍ନ କରାଯାଇଥିଲା I ଆସନ୍ତା ୧୯ ତାରିଖ ମହାଷ୍ଟମୀରେ ସୂର୍ଯ୍ୟପୂଜା, ଦେବୀଙ୍କ ମହାସ୍ନାନ, ଷୋଡ଼ଶ ଉପଚାର ପୂଜା, ସନ୍ଧିପୂଜା, ମହାଆଳତି ଓ ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ରହିଛି I

ଏହି ଦିନ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି। ସେହିପରି ୨୦ ତାରିଖ ମହାନବମୀ ଅବସରରେ ସୂର୍ଯ୍ୟପୂଜା, ମହାସ୍ନାନ ଓ ଷୋଡ଼ଶ ଉପଚାର ପୂଜା ସହ ୭୦୦ ମହାମନ୍ସରେ ସପ୍ତଶତୀ ଚଣ୍ଡୀ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୧ ତାରିଖ ବିଜୟାଦଶମୀ ଅବସରରେ ସୂର୍ଯ୍ୟପୂଜା, ଦେବୀଙ୍କ ମହାସ୍ନାନ, ଅପରାଜିତା ପୂଜନ, ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋମ, ଘଟ ବିସର୍ଜନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା। ଦୀର୍ଘ ୨୪ ବର୍ଷ ଧରି ଏହି ପ୍ରତିଷ୍ଠାନ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଥିବାରୁ ଅଞ୍ଚଳରେ ଏହାର ସ୍ବତନ୍ତ୍ର ଗୁରୁତ୍ବ ରହିଛି I ପୂଜା ମାଧ୍ୟମରେ ଧାର୍ମିକ ଭାବନା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବାକୁ କମିଟି ପ୍ରୟାସ କରୁଛି। ପୂଜାକୁ ସଫଳ କରିବା ପାଇଁ କମିଟିର ସଭାପତି ତ୍ରିନାଥ ନାଏକ, କାର୍ଯ୍ୟକରି ସଭାପତି ଆଦିତ୍ୟ ନାଏକ, ସମ୍ପାଦକ ପିଙ୍କୁ ନାଏକ, କୋଷାଧକ୍ଷ ବିଶ୍ବନାଥ ନାଏକ, ସୁବ୍ରତ ନାଏକ, ବୁନୁ ପ୍ରଧାନ, ଆରତ ନାଏକ, ମୋହନ ନାଏକ, ଦିନେଶ୍ ନାଏକ, ଙ୍କ ସହ ପ୍ରମୁଖ ସଦସ୍ୟ ଗଣ ସହଯୋଗ କରୁଛନ୍ତି।






