AK ସମୀକ୍ଷା ବୈଠକରେ ଅଧିକାରୀମାନେ ଜଣାଇଛନ୍ତି ଯେ, ଇନ୍ଧନ ଯୋଗାଣ ପୂର୍ବାପେକ୍ଷା ୧୦ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ବା ”ପାନିକ୍ ବାଇଙ୍ଗ” ଯୋଗୁଁ ଚାହିଦା ଅହେତୁକ ଭାବେ ବଢ଼ିଯାଇଛି । ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗଭୀର ଚିନ୍ତା ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ସାଇ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଟେଲି-କନଫରେନ୍ସ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟର ମୋଟ ୪,୫୧୦ଟି ଇନ୍ଧନ ଆଉଟଲେଟ୍ ମଧ୍ୟରୁ ପ୍ରାୟ ୪୨୧ଟି ପେଟ୍ରୋଲ ପମ୍ପ ଯୋଗାଣ ଜନିତ ସମସ୍ୟା କାରଣରୁ ବନ୍ଦ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ କଡ଼ା ଚେତାବନୀ ଦେଇଛନ୍ତି ।

ସମୀକ୍ଷା ବୈଠକରେ ଅଧିକାରୀମାନେ ଜଣାଇଛନ୍ତି ଯେ, ଇନ୍ଧନ ଯୋଗାଣ ପୂର୍ବାପେକ୍ଷା ୧୦ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ବା ”ପାନିକ୍ ବାଇଙ୍ଗ” ଯୋଗୁଁ ଚାହିଦା ଅହେତୁକ ଭାବେ ବଢ଼ିଯାଇଛି । ସାଧାରଣ ଦିନରେ ରାଜ୍ୟରେ ହାରାହାରି ୬,୩୩୦ କିଲୋଲିଟର ପେଟ୍ରୋଲ ଏବଂ ୯,୦୪୮ କିଲୋଲିଟର ଡିଜେଲ ବିକ୍ରି ହେଉଥିବା ବେଳେ, କେବଳ ଶନିବାର ଦିନ ଏହା ଯଥାକ୍ରମେ ୧୦,୩୪୫ ଏବଂ ୧୪,୧୫୬ କିଲୋଲିଟରକୁ ଛୁଇଁଛି। ଷ୍ଟକ୍ ସରିଯିବା ଭୟରେ ଲୋକମାନେ ଆବଶ୍ୟକତାଠାରୁ ଅଧିକ ତେଲ କିଣୁଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରବଳ ଭିଡ଼ ଏବଂ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଏହାସହ ଆକ୍ୱାକଲଚର ବା ମତ୍ସ୍ୟ ଚାଷ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଡ୍ରମଗୁଡ଼ିକରେ ବହୁ ପରିମାଣର ଇନ୍ଧନ ଗଚ୍ଛିତ ରଖିବା ମଧ୍ୟ ଏହି ସଙ୍କଟକୁ ଅଧିକ ଜଟିଳ କରିଛି । ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଏବଂ ମତ୍ସ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଯୋଗାଣ ସ୍ୱାଭାବିକ କରିବା ଏବଂ ଗ୍ରାମାଞ୍ଚଳରେ ଇନ୍ଧନର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପ ଏବଂ ସଫଳତା ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସେ ଅଧିକାରୀଙ୍କୁ କୁହାଯାଇଛି ।






