AK ପଞ୍ଜାବରେ ଆମ୍ ଆଦମୀ ପାର୍ଟିରେ ସଂକଟ ବଢ଼ିବାରେ ଲାଗିଛି। ଦଳ ଛାଡ଼ିପାରନ୍ତି ୫୦ ଜଣ ବିଧାୟକ । ପୂର୍ବରୁ ୭ ଜଣ ରାଜ୍ୟସଭା ସଦସ୍ୟ ବିଜେପିରେ ଯୋଗଦେଇଥିଲେ । ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହୋଇଥିବା ଆମ୍ ଆଦମୀ ପାର୍ଟି- ଆପ୍ ଏକତା ରକ୍ଷା କରିବାକୁ ଚେଷ୍ଟା କରି ଏହାର ପଞ୍ଜାବ ବିଧାୟକମାନଙ୍କର ଏକ ବୈଠକ ଡକାଇଥିଲା ।

ପଞ୍ଜାବରେ ଆମ୍ ଆଦମୀ ପାର୍ଟିରେ ସଂକଟ ବଢ଼ିବାରେ ଲାଗିଛି । ଦଳ ଛାଡ଼ିପାରନ୍ତି ୫୦ ଜଣ ବିଧାୟକ । ପୂର୍ବରୁ ୭ ଜଣ ରାଜ୍ୟସଭା ସଦସ୍ୟ ବିଜେପିରେ ଯୋଗଦେଇଥିଲେ । ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହୋଇଥିବା ଆମ୍ ଆଦମୀ ପାର୍ଟି- ଆପ୍ ଏକତା ରକ୍ଷା କରିବାକୁ ଚେଷ୍ଟା କରି ଏହାର ପଞ୍ଜାବ ବିଧାୟକମାନଙ୍କର ଏକ ବୈଠକ ଡକାଇଥିଲା । ୯୪ ବିଧାୟକ ଙ୍କ ମଧ୍ୟରୁ ପ୍ରାୟ ୬୫ ଜଣ ଜଳନ୍ଧରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଥିଲେ । ଅବଶିଷ୍ଟ ବିଧାୟକମାନେ ବୈଠକରୁ ଦୂରେଇ ରହିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ଅଧିକ ନେତାଙ୍କ ଦଳ ବଦଳାଇବାର ଆଶଙ୍କା ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି ।






