ଏ.କେ ବ୍ୟୁରୋ : ପୁଣି ଆମ ବସ ଦୁର୍ଘଟଣା । ଭୁବନେଶ୍ବର ଜୟଦେବ ବିହାର-ଆଚାର୍ଯ୍ୟ ବିହାର ରାସ୍ତାରେ ଦୁର୍ଘଟଣା ଘଟିଛି । ଜଣେ ବାଇକ ଆରୋହୀଙ୍କୁ ପିଟିଲା ଆମବସ୍ । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି ଉତ୍ତ୍ୟକ୍ତ ଲୋକେ ବସର କାଚ ଭାଙ୍ଗି ଦେଇଥିବା ବେଳେ ପୋଲିସ ବୁଝାସୁଝା କରିଛି ।

ସେହିପରି ମେ ମାସରେ ଭୁବନେଶ୍ୱରର ବାଣୀବିହାର-ସତ୍ସଙ୍ଗ ବିହାର ରାସ୍ତା ନିକଟରେ ଏକ ବାଇକକୁ ଆମ ବସ୍ ଧକ୍କା ଦେଇଥିଲା । ରୁଟ୍ ନଂ ୯୧ ରେ ଚାଲୁଥିବା OD ୩୩ U ୭୩୫୨ ନମ୍ବର ବିଶିଷ୍ଟ ଆମ ବସ୍ ଏକ ବାଇକ୍ (OD ୧୩ M ୪୫୨୦) ରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ଘଟିଥିଲା । ବସ୍ ଟି କଟକର ବିଜୁ ପଟ୍ଟନାୟକ ପାର୍କରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଯାଉଥିଲା । ତେବେ ଆମ ବସ ଦୁର୍ଘଟଣା ଖବର ନୁଆଁ ନୁହେଁ । ଏମିତି ଅନେକ ଥର ଦୁର୍ଘଟଣା ଘଟାଇ ନୀରୀହ ଲୋକଙ୍କ ଜୀବନ ନେଲାଣି । କେତେ ସଚେତନତା କରାଇଲେ ମଧ୍ୟ ଅମାନିଆ ଡ୍ରାଇବର ବେପରୁଆ ଭାବେ ଗାଡି ଚଳାଇ ଏଭଳି କାଣ୍ଡ ଘଟାଉଛନ୍ତି ।






