AK ସରକାର ଗଠନ ପାଇଁ ଦାବି ଜଣାଇବାକୁ ଆଜି ତାମିଲନାଡ଼ୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଥିଲେ ବିଜୟ । ତେବେ ରାଜ୍ୟପାଳ ସଂଖ୍ୟା ଗରିଷ୍ଠତାକୁ ନେଇ ସନ୍ଦେହ ପ୍ରକଟ କରିଥିବା ଚର୍ଚ୍ଚା ହେଉଛି । ତାମିଲନାଡ଼ୁରେ ବିଜୟ ସସ୍ପେନ୍ସ । ଆସନ୍ତାକାଲି ଶପଥ ନେଇ ନପାରନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ସରକାର ଗଠନ ପାଇଁ ଦାବି ଜଣାଇବାକୁ ଆଜି ତାମିଲନାଡ଼ୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଥିଲେ ବିଜୟ । ତେବେ ରାଜ୍ୟପାଳ ସଂଖ୍ୟା ଗରିଷ୍ଠତାକୁ ନେଇ ସନ୍ଦେହ ପ୍ରକଟ କରିଥିବା ଚର୍ଚ୍ଚା ହେଉଛି ।

ବିଜୟଙ୍କୁ ‘ବହୁମତ’ ଚିନ୍ତା
– ତାମିଲନାଡ଼ୁରେ ଜୋର ଧରିଲା ସଂଖ୍ୟା ରାଜନୀତି
– ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭା
– ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଲୋଡ଼ା
– ନିର୍ବାଚନରେ ୧୦୮ ଆସନ ହାସଲ କରିଛି ଟିଭିକେ
– ବିଜୟ ଜିତିଥିବା ୨ଟି ଆସନରୁ ଗୋଟିଏ ଛାଡ଼ିଲେ ସଂଖ୍ୟା ୧୦୭କୁ ଖସିବ
– ଟିଭିକେକୁ କଂଗ୍ରେସ ସମର୍ଥନ କରୁଥିବାରୁ ବିଜୟଙ୍କ ପାଖରେ ୧୧୩ ସମର୍ଥନ
– ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଆହୁରି ୫ ବିଧାୟକଙ୍କ ସମର୍ଥନ ଲୋଡ଼ା
– ମେ’ ୫ରେ ତାମିଲନାଡ଼ୁର ୧୬ତମ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ
– ଆସନ୍ତାକାଲି ହୋଇନପାରେ ବିଜୟଙ୍କ ଶପଥ ଗ୍ରହଣ ସମାରୋହ
– ଟିଭିକେକୁ ବହୁମତ ପାଇଁ ବଡ଼ ସଂଘର୍ଷ କରିବାକୁ ପଡ଼ିପାରେ
– ଏଆଇଏଡିଏମକେ ସମର୍ଥନ ଦେବ ନାହିଁ ବୋଲି ଘୋଷଣା କରିଛି






