AK ମାନବାଧିକାର କର୍ମୀ ଏବଂ ପାଲେଷ୍ଟାଇନ ପାଇଁ ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ଫ୍ରାନ୍ସେସ୍କା ଆଲବାନିଜ୍ ଗାଜାର ପରିସ୍ଥିତି ଉପରେ ମତ ରଖିଛନ୍ତି । ସେ କହିଛନ୍ତି, ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ କୌଣସି ପ୍ରକାରେ ଯଥାର୍ଥ କୁହାଯାଇ ପାରିବ ନାହିଁ । ଆଲବାନିଜ୍ ଗାଜାର ପରିସ୍ଥିତି ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ କୌଣସି ପ୍ରକାରେ ଯଥାର୍ଥ କୁହାଯାଇ ପାରିବ ନାହିଁ। ପାଲେଷ୍ଟାଇନରେ ଇସ୍ରାଏଲର ଆକ୍ରମଣ ପ୍ରତି ବିଶ୍ୱ ନୀରବ ରହିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବିଶେଷ ଭାବରେ ଇସ୍ରାଏଲ ସହିତ ଭାରତର ସମ୍ପର୍କ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଏକ ସାକ୍ଷାତକାରରେ, ଫ୍ରାନ୍ସେସ୍କା ଇସ୍ରାଏଲ-ପାଲେଷ୍ଟାଇନ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଇଟାଲୀୟ ନାଗରିକ ଆଲବାନିଜ୍ ମାର୍ଚ୍ଚ ୨୩ ତାରିଖରେ ଜାତିସଂଘ ମାନବାଧିକାର ପରିଷଦର ୬୧ତମ ଅଧିବେଶନରେ ‘ନିର୍ଯ୍ୟାତନା ଏବଂ ନରସଂହାର’ ନାମକ ତାଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟରେ, ସେ ନିର୍ଦ୍ଦିଷ୍ଟ ଭାବରେ ୨୦୨୩ ଅକ୍ଟୋବରରୁ ଇସ୍ରାଏଲରେ ପାଲେଷ୍ଟାଇନୀଙ୍କ ଗିରଫଦାରୀ ଏବଂ ଅଟକ ଥିବା ଲୋକଙ୍କ ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କ ରିପୋର୍ଟରେ ୧୮,୫୦୦ ଜଣଙ୍କ ଗିରଫଦାରୀ ବିବରଣୀ ଦିଆଯାଇଛି, ଯେଉଁଥିରେ ୧୫୦୦ ଶିଶୁ ମଧ୍ୟ ସାମିଲ ଅଛନ୍ତି ।
ସେ କହିଛନ୍ତି,ଏହା ସ୍ପଷ୍ଟ ଯେ, ଗାଜାରେ ଇସ୍ରାଏଲ ପାଲେଷ୍ଟାଇନୀମାନଙ୍କ ଉପରେ ଅତ୍ୟାଚାର କରୁଛି । ଏହି ନୂତନ ଇସ୍ରାଏଲୀ ଆଇନ ଦର୍ଶାଉଛି ଯେ ଇସ୍ରାଏଲ ପ୍ରତିଦିନ କିପରି ନିଜର ସୀମା ଲଙ୍ଘନ କରୁଛି। ବିଶ୍ୱ ଏହା ଜାଣିବା ଉଚିତ। ଇସ୍ରାଏଲ ଦ୍ୱାରା କରାଯାଇଥିବା ଅତ୍ୟାଚାର ଉପରେ ଆମେ ନୀରବ ରହିପାରିବୁ ନାହିଁ ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଗାଜାରେ ଇସ୍ରାଏଲୀ ସେନା ଏବଂ ସରକାର ଯାହା କରୁଛନ୍ତି ତାହା ନିଷ୍ଠୁର ଏବଂ ଏହାକୁ କୌଣସି ପରିସ୍ଥିତିରେ ଯଥାର୍ଥ କୁହାଯାଇପାରିବ ନାହିଁ। ଇସ୍ରାଏଲୀମାନେ ପାଲେଷ୍ଟାଇନୀମାନଙ୍କ ଉପରେ ବୋମାମାଡ଼ କରୁଛନ୍ତି, ସେମାନଙ୍କୁ ଗିରଫ କରୁଛନ୍ତି, ସେମାନଙ୍କୁ ଘରୁ ଅପହରଣ କରୁଛନ୍ତି। ମହିଳା ଏବଂ ପିଲାମାନଙ୍କୁ ଶୋଷଣ କରୁଛନ୍ତି । ଇସ୍ରାଏଲ ସମ୍ପ୍ରତି ଏକ ନୂତନ ଆଇନ ପ୍ରଣୟନ କରିଛି ଯାହା ନିର୍ଦ୍ଦିଷ୍ଟ ଭାବରେ ପାଲେଷ୍ଟାଇନୀମାନଙ୍କୁ ଗିରଫ କରିବା ଏବଂ କଠୋର ଦଣ୍ଡ ଦେବା ପାଇଁ ଆହ୍ୱାନ କରିଛି। ଏହି ଆଇନ ଦର୍ଶାଉଛି ଯେ, ଇସ୍ରାଏଲ ପ୍ରତିଦିନ କିପରି ସୀମା ଲଙ୍ଘନ କରୁଛି । ବିଶ୍ୱ ଏହା ବିରୋଧରେ ସ୍ବର ଉଠାଇବା ଉଚିତ, କିନ୍ତୁ ସଭିଏଁ ଏକ କାପୁରୁଷ ପରି ନୀରବତା ବଜାୟ ରଖିଛନ୍ତି। ଆମେ ଇଟାଲୀରେ ନିରନ୍ତର ପ୍ରଶ୍ନ ଉଠାଇଛୁ ଏବଂ ପାଲେଷ୍ଟାଇନ ପ୍ରସଙ୍ଗରେ ଆମ ସରକାରଙ୍କୁ କହିବାକୁ ବାଧ୍ୟ କରିଛୁ। ମୁଁ ଚାହେଁ ଯେ, ଭାରତର ଲୋକମାନେ ମଧ୍ୟ ଏହି ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ସେମାନଙ୍କ ସରକାରଙ୍କୁ ପ୍ରଶ୍ନ କରନ୍ତୁ। ତେବେ ଏଭଳି ସ୍ଥିତିରେ ଭାରତର ମତ ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଇସ୍ରାଏଲ ଦ୍ୱାରା କରାଯାଉଥିବା ଅତ୍ୟାଚାର ଉପରେ ଆମେ ଚୁପ୍ ରହିପାରିବୁ ନାହିଁ ।
ଭାରତ-ଇସ୍ରାଏଲ ସମ୍ପର୍କ, ବିଶେଷକରି ଗାଜା ଯୁଦ୍ଧ ସମୟରେ ତେଲ ଅଭିଭକୁ ଦିଲ୍ଲୀର ସହାୟତା ଉପରେ ଆଲବାନିଜ୍ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି,ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଦୋଷୀ ଘୋଷଣା କରି ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଯୁଦ୍ଧ ଅପରାଧୀ ଇସ୍ରାଏଲ ଏବଂ ନେତାନ୍ୟାହୁଙ୍କୁ ସମର୍ଥନ କରି ଭାରତ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି। ଭାରତ ଏନେଇ ଦାୟୀ ହୋଇପାରେ । ଭାରତରେ ଏହି ପ୍ରସଙ୍ଗରେ ଅନେକ ଭିନ୍ନ ଭିନ୍ନ ମତ ରହିଛି। ଭାରତୀୟ ନାଗରିକ ସମାଜ ଏବଂ ଅନ୍ୟ ଅନେକ ଲୋକ ପାଲେଷ୍ଟାଇନ ଏବଂ ଗାଜାକୁ ସମର୍ଥନ କରି ନିରନ୍ତର ସ୍ୱର ଉଠାଇଛନ୍ତି । ତେବେ ଭାରତ ଆଇନ ବିରୋଧରେ ଯିବା ଉଚିତ୍ ନୁହେଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ବିଷୟରେ ଫ୍ରାନ୍ସେସ୍କା ଆଲବାନିଜ୍ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ ଏବଂ ଇସ୍ରାଏଲୀ ସଂସଦରେ ତାଙ୍କର ଅଭିଭାଷଣକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଏହା ଉପରେ ମନ୍ତବ୍ୟ ଦେବା ମଧ୍ୟ ଠିକ୍ ନୁହେଁ। ଇସ୍ରାଏଲ ସହିତ ଭାରତର ଦୀର୍ଘକାଳୀନ ସମ୍ପର୍କର ଦାବି ମଧ୍ୟ ମିଥ୍ୟା। କାରଣ ୭୦ ବର୍ଷ ପୂର୍ବେ ଇସ୍ରାଏଲର ଅସ୍ତିତ୍ୱ ମଧ୍ୟ ନଥିଲା । ଭାରତ ଏବଂ ବିଶ୍ୱକୁ ବୁଝିବାକୁ ପଡିବ ଯେ, ଇସ୍ରାଏଲ ସମଗ୍ର ବିଶ୍ୱ ବ୍ୟବସ୍ଥାକୁ ନଷ୍ଟ କରୁଛି ।






