AK ଉପଜିଲ୍ଲାପାଳ ଅଫିସ୍ ଛକରେ ଗୁଳିକାଣ୍ଡ ଘଟଣା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍। ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ବିନା ଲାଇସେନ୍ସ ବନ୍ଧୁକରୁ ଗୁଳି ହୋଇଥିବା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା । ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍ ଛକରେ ଗୁଳିକାଣ୍ଡ ଘଟଣା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍। ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ବିନା ଲାଇସେନ୍ସ ବନ୍ଧୁକରୁ ଗୁଳି ହୋଇଥିବା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା। ଗତ କାଲି ସନ୍ଧ୍ୟା ୮ ଟା ୩୦ ରୁ ୯ ଟା ଭିତରେ ଉପଜିଲ୍ଲାପାଳ ଅଫିସ୍ ଛକରେ ଥିବା ଏକ ଚାହା ଦୋକାନ ପଛରେ ଗୁଳି ଫୁଟିବା ଶବ୍ଦ ହୋଇଥିଲା । ଘଟଣା ସ୍ଥଳରେ ଚଂପାମାଳ ଗାଁର ବିକ୍ରମ ମହାରଣା ଟଳି ପଡ଼ିଥିଲେ ।

ନିକଟରେ ଥିବା ତାଙ୍କ ସାଙ୍ଗ ମାନେ ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରିଥିଲେ ଡାକ୍ତର । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ସେହି ଗାଁର ପ୍ରୀତମ ପ୍ରୀତମ ହୋତା (ବିକି) ତାଙ୍କ ପୁଅକୁ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଚାଲିଥିବାବେଳେ ବିକିକୁ ପୋଲିସ ଖୋଜୁଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତେବେ ଯେଉଁ ବନ୍ଧୁକରୁ ଗୁଳିକାଣ୍ଡ ହୋଇଛି ତାହା ଲାଇସେନ୍ସ ପ୍ରାପ୍ତ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ସାଇଣ୍ଟି ଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






