AK ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଇସ୍ପାତ ସହରକୁ ଆସୁଥିବାରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ଦ୍ଧାରିତ ସମୟ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଇସ୍ପାତ ସହରକୁ ଆସୁଥିବାରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ବାଗତ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟି । ରାଉରକେଲାରେ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲ ନଗର ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍କୁ ଲୋକାର୍ପଣ କରିବେ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିବେ । ୪୫ ପ୍ଲାଟୁନ୍ ଫୋର୍ସ, ୨ ଶହ ଅଧିକାରୀ ଓ ୮୧୫ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । ରାଉରକେଲା ବିମାନବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷ ସର୍କିଟ୍ ହାଉସ୍ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି ।






