AK ବିଜୟ ଥାଲାପତି,ଯାହାଙ୍କ ନାଁରେ ହିଁ ବିଜୟ ସେ ଅବା କେଉଁ କ୍ଷେତ୍ରରେ ପରାଜୟ ହେବେ । ପ୍ରଥମେ ନାୟକ ହୋଇ ଦକ୍ଷିଣ ଭାରତର ହୃଦୟରେ ରହିଲେ ଆଉ ଏବେ ଜନନାୟକ ହୋଇ ଲୋକଙ୍କ ଘରେ ଘରେ ପହଞ୍ଚିବେ ବିଜୟ । ସିନେ ପରଦାରେ ଯାଦୁ ଦେଖାଇ ଏବେ ରାଜନୀତିର ବଗିଚାରେ ଫୁଲ ଖେଳାଇବାକୁ ପୂରା ପ୍ରସ୍ତୁତ ହେଲେଣି ଥାଲାପତି । ଦକ୍ଷିଣ ଭାରତର ଲୋକ ଟିକେ ସିନେମାପ୍ରିୟ, ଖାସ୍ କରି ଯେତେବେଳେ ବଡ଼ ବଡ଼ ଷ୍ଟାରଙ୍କ ସିନେମା ପ୍ରେକ୍ଷାଳୟରେ ପଡ଼େ ସେତେବେଳେ ଲମ୍ବା ଲାଇନ୍ ଲାଗିଯାଏ, ସେହି ଅଭିନେତାଙ୍କ ଅଭିନୟ ଦେଖି ହଲରେ ନାଚିବା ପାଇଁ । ଆଉ ଯେତେବେଳେ କଥା ଆସେ ବିଜୟ ଥାଲାପତିଙ୍କର ସେତେବେଳେ ଦର୍ଶକ ନାୟକଙ୍କର ଗୋଟିଏ ଝଲକ ଦେଖିବାପାଇଁ ପାଗଳ ହୋଇଯାଆନ୍ତି ।

ବିଜୟ ଥାଲାପତି,ଯାହାଙ୍କ ନାଁରେ ହିଁ ବିଜୟ ସେ ଅବା କେଉଁ କ୍ଷେତ୍ରରେ ପରାଜୟ ହେବେ । ପ୍ରଥମେ ନାୟକ ହୋଇ ଦକ୍ଷିଣ ଭାରତର ହୃଦୟରେ ରହିଲେ ଆଉ ଏବେ ଜନନାୟକ ହୋଇ ଲୋକଙ୍କ ଘରେ ଘରେ ପହଞ୍ଚିବେ ବିଜୟ । ସିନେ ପରଦାରେ ଯାଦୁ ଦେଖାଇ ଏବେ ରାଜନୀତିର ବଗିଚାରେ ଫୁଲ ଖେଳାଇବାକୁ ପୂରା ପ୍ରସ୍ତୁତ ହେଲେଣି ଥାଲାପତି । ସିନେମା ଏବଂ ରାଜନୀତିରେ ପରିଚୟ ହାସଲ କରିଥିବା ଥାଲାପତିଙ୍କ ସୌଖିନ କଥା ଯଦି କହିବା,ତା’ହେଲେ ଏହି ଷ୍ଟାରଙ୍କୁ କାର୍ ବହୁତ ପସନ୍ଦ । ଟିଭିକେ ମୁଖ୍ୟ ନିର୍ବାଚନ ଶପଥପତ୍ରରେ ସେ ନିଜ କାର୍ କଲେକ୍ସନ୍ ବିଷୟରେ କହିଥିଲେ । ସବୁଠାରୁ ରୋଚକ କଥା ହେଲା ଗୋଟିଏ ପଟେ ତାଙ୍କ ଗ୍ୟାରେଜରେ ୭.୫୨ କୋଟି ଟଙ୍କାର ଗାଡ଼ି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ମାତ୍ର ୪୫ ହଜାର ଟଙ୍କାର ମୋପେଡ୍ ମଧ୍ୟ ପାର୍କିଂ ହୋଇଛି । ତେବେ ଆସନ୍ତୁ ଜାଣିବା ବିଜୟଙ୍କ ଗ୍ୟାରେଜର କିଛି ଦାମୀ କଲେକ୍ସନ୍ ବିଷୟରେ । ବିଜୟଙ୍କ କଲେକ୍ସନରେ ସବୁଠାରୁ ଦାମୀ ଗାଡ଼ି ହେଉଛି Lexus LM 350h । ଏହି ଗାଡ଼ିର ଦାମ୍ ପାଖାପାଖି ୨.୨୦ କୋଟି ଟଙ୍କା । ଏହି ବିଳାସପୂର୍ଣ୍ଣ ଗାଡ଼ି ଭିତରେ ୪୮ ଇଞ୍ଚର ବିଶାଳ ଡିସପ୍ଲେ ଅଛି ଯାହା ଏକ ପ୍ରାଇଭେଟ୍ ଲାଉଞ୍ଜର ଅନୁଭୂତି ଦିଏ । ଏହା ସହିତ BMW 5 ସିରିଜ୍ ଏବଂ ଫୁଲ୍ ଇଲେକ୍ଟ୍ରିକ୍ BMW i7 ମଧ୍ୟ ଥାଲାପତିଙ୍କ କାର୍ କଲେକ୍ସନର ଗୋଟିଏ ପାର୍ଟ । ବିଜୟ କେତେ କାର୍ ସୌଖିନ ଏହିଥିରୁ ଜଣାପଡ଼େ ଯେ ତାଙ୍କ ପାଖରେ i7 କାର୍ ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ମଧ୍ୟ ରହିଛି । ବର୍ତ୍ତମାନ ରାଜନୀତିରେ ପାଦ ଦେବା ପରେ ବିଜୟଙ୍କର ସବୁଠାରୁ ପ୍ରିୟ ଗାଡ଼ି ପାଲଟିଛି Toyota Vellfire । ପ୍ରାୟ ୧.୧୯ କୋଟି ଟଙ୍କାର ଏହି କାର୍ ରାଜନେତାମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ଏହି କୋଟିପତି ନେତାଙ୍କ ପାଖରେ ଭାରତର ସବୁଠାରୁ ଭରସାଯୋଗ୍ୟ ହ୍ୟାଚବ୍ୟାକ୍ ‘ମାରୁତି ସୁଜୁକି ସୁଇଫ୍ଟ’ ମଧ୍ୟ ଅଛି, ଯାହାକୁ ସେ ନିର୍ବାଚନ ପ୍ରଚାର ସମୟରେ ବ୍ୟବହାର କରୁଥିବାର ନଜର ଆସନ୍ତି ।






