AK କେନ୍ଦୁଝରରେ ହାତୀକୁ ଚିଡ଼େଇ ଜେଲ ଗଲେ ଅଭିଯୁକ୍ତ । ବାଡ଼ିରେ ମାରିବା ସହ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । କେନ୍ଦୁଝରର ଘଟଗାଁ ଓ ହରିଚନ୍ଦନପୁର ଅଞ୍ଚଳର ୩ଜଣ ଯୁବକ ଜେଲ୍ ଯାଇଛନ୍ତି ।

ହାତୀକୁ ଚିଡ଼ାଇବା ଏବଂ ଭିଡିଓ ଉତ୍ତୋଳନ କରିବା ଏବଂ ବନ୍ୟପ୍ରାଣୀ ହଇରାଣ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହା ସେମାନଙ୍କ ନିଜ ଜୀବନ ପାଇଁ ମଧ୍ୟ ବିପଦପୂର୍ଣ୍ଣ ଥିଲା । ଏପରି ଅବହେଳା ଏବଂ ଦାୟିତ୍ୱହୀନ ବ୍ୟବହାର ଯୋଗୁଁ ଜୀବନ ନଷ୍ଟ ହେଉଛି । ଗିରଫ ୩ଜଣ ହେଲେ ଘଟଣା ଘୁଣ୍ଟୁଝରୀ ଗାଁର ଦୀପକ ମହାକୁଡ଼, ଚିନାମାଲିପୋସିର ଦୁଷ୍ମନ୍ତ ବେହେରା ଓ ବଡ଼ସିଆଡିମାଳର ଆକାଶ କୁମାର ମହାନ୍ତ । ଗୋଟିଏ ଡ୍ରୋନ୍, ଚାରିଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟରସାଇକେଲ୍ ଜବତ କରାଯାଇଛି । ସେମାନଙ୍କୁ ଆଜି କୋର୍ଟକୁ ପଠାଯାଉଛି ।






