AK ଅଗ୍ନିକାଣ୍ଡ ୧୨ ଛେଳି ସହ ଗାଈ ଜୀବନ୍ତ ଦଗ୍ଧ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ୍ତ ମଲ୍ଲିକଙ୍କର ଗୁହାଳ ଘର ସମେତ ତିନିବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୨ ଛେଳି ସମେତ ଗୋଟିଏ ଗାଈ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘରଟି ଜଳୁଥିବା ସମୟରେ ମାଲିକ ପ୍ରଦୀପ୍ତ ଛେଳି ଓ ଗାଈମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ପ୍ରଦୀପ୍ତଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦମକଳ ଗାଡ଼ି ପହଁଞ୍ଚିଲା ବେଳକୁ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।






