AK କୋଟିଆରେ ପୁଣି ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରେବେଶ । ତୁଟୁନି ବିବାଦ, ପିଛା ଛାଡ଼ୁନି ଆନ୍ଧ୍ର । କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ କିଛି ଦିନର ନୀରବତା ପରେ ପୁଣି କୋଟିଆର ସୀମାନ୍ତ ଗାଁରେ ଲୁଚି ପଶିଛନ୍ତି ଆନ୍ଧ୍ର ଅଧିକାରୀ ।

ତୁଟୁନି ବିବାଦ, ପିଛା ଛାଡ଼ୁନି ଆନ୍ଧ୍ର । କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ କିଛି ଦିନର ନୀରବତା ପରେ ପୁଣି କୋଟିଆର ସୀମାନ୍ତ ଗାଁରେ ଲୁଚି ପଶିଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ମଣ୍ଡଳର କୃଷି ଅଧିକାରୀ କେ. ସିରିଶାଙ୍କ ନେତୃତ୍ୱରେ ଏପିସିଏନ୍ଏଫ୍ର କର୍ମଚାରୀ, ସଚିବାଳୟ ତଥା ପଞ୍ଚାୟତ ସଚିବ କର୍ମଚାରୀ, ପ୍ରାକୃତିକ କୃଷି କ୍ଲଷ୍ଟର ପ୍ରଭାରୀ ପ୍ରମୁଖ କୋଟିଆପଞ୍ଚାୟତର ଫାଟୁସିନେରି, ଫଗୁଣସିନେରି, କୋନାଦୋରା, ମାଡ଼କାର, ଡୋଲିଆମ୍ବ ଆଦି ଗାଁରେ ପହଞ୍ଚି କିଛି ଚାଷୀଙ୍କୁ ଏକତ୍ରିତ କରିଥିଲେ ।
ସେଠାରେ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବରେ ବର୍ଷାର ପ୍ରଭାବ କିଭଳି ରହିବ ସେଥିନେଇ ସଚେତନ କରିଥିଲେ । ଚଳିତ ବର୍ଷ ମୌସୁମୀ ବର୍ଷା କମ ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆନ୍ଧ୍ର ସରକାର ବିଭିନ୍ନ ଶସ୍ୟ ଯାହାକି ସୁଆଁ, କାଙ୍ଗୁ, ଜନା ଭଳି ଶସ୍ୟ ଯୋଗାଇ ଦେବେ ବୋଲି କୋଟିଆର ଚାଷୀଙ୍କୁ ପ୍ରବର୍ତ୍ତାଇଥିବା ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ ଜନଗଣନା ଆରମ୍ଭ ହୋଇଥିବାବେଳେ କୋଟିଆରେ ମଧ୍ୟ ଆରମ୍ଭ ହୋଇଛି କିନ୍ତୁ କୋଟିଆ ଉପର ସେମ୍ବି ଗ୍ରାମବାସୀ ଜନଗଣନାରେ ଅଧିକାରୀଙ୍କୁ ସହଯୋଗ କରୁନଥିବା ମଧ୍ୟ ଜଣାପଡ଼ିଛି । ଆନ୍ଧ୍ର ଅଧିକାରୀ ବାରମ୍ବାର ଅନୁପ୍ରେବେଶ କରି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ଏବଂ ଲୋକଙ୍କୁ ଭୁତାଉଛନ୍ତି ।






