AK ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ଯେଉଁମାନେ ପାଟନା ହାଇକୋର୍ଟରେ କମ୍ପ୍ୟୁଟର ଅପରେଟର- କମ ଟାଇପିଷ୍ଟ ନିଯୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର। ଯେଉଁମାନେ ପାଟନା ହାଇକୋର୍ଟରେ କମ୍ପ୍ୟୁଟର ଅପରେଟର- କମ ଟାଇପିଷ୍ଟ ନିଯୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ପଦବି ପାଇଁ ପ୍ରାର୍ଥୀମାନେ ଏପ୍ରିଲ ୧୭ ତାରିଖରୁ ଆବେଦନ କରିପାରିବେ।ପାଟନା ହାଇକୋର୍ଟ କମ୍ପ୍ୟୁଟର ଅପରେଟର-କମ୍ ଟାଇପିଷ୍ଟ ନିଯୁକ୍ତି ଘୋଷଣା କରି ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମଇ ୧୬ ତାରିଖ ପର୍ଯ୍ୟନ୍ତ ଏହି ପଦବି ପାଇଁ ଆବେଦନ କରିପାରିବେ।

କେତେ ପଦବି ପୂରଣ ହେବ?
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପାଟନା ହାଇକୋର୍ଟରେ ମୋଟ ୪୮ଟି କମ୍ପ୍ୟୁଟର ଅପରେଟର-କମ୍ ଟାଇପିଷ୍ଟ ପଦବି ପୁରଣ କରାଯିବ। ଏଥିରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୨ଟି ପଦବୀ, ଇଡବ୍ଲୁସି ବର୍ଗ ପାଇଁ ୪ଟି ପଦବି, ବିସି ପାଇଁ ୫ଟି ପଦବି, ଇବିସି ପାଇଁ ୯ଟି ପଦବି, ଏସସି ପାଇଁ ୭ଟି ପଦବି ଏବଂ ବ୍ୟାକଲଗ୍ ପାଇଁ ସଂରକ୍ଷିତ ଗୋଟିଏ ପଦବି ଅନ୍ତର୍ଭୁକ୍ତ ରହିଛି।
ବୟସ ସୀମା
ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ। ଏହା ବ୍ୟତୀତ, ସର୍ବାଧିକ ବୟସ ସୀମା ୩୭ ବର୍ଷ ଧାର୍ଯ୍ୟ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ଛାଡ଼ର ସୁବିଧା ରହିଛି।କମ୍ପ୍ୟୁଟର ଅପରେଟର-କମ ଟାଇପିଷ୍ଟ ପଦବି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଆବଶ୍ୟକ। ଏହା ସହିତ ପ୍ରାର୍ଥୀମାନଙ୍କୁ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ମଧ୍ୟ ପୁରଣ କରିବାକୁ ପଡିବ।
ଚୟନ ପ୍ରକ୍ରିୟା କିପରି କରାଯିବ?
ପ୍ରାର୍ଥୀମାନଙ୍କୁ ଲିଖିତ ଓ ସାକ୍ଷାତକାର ଏହି ଦୁଇଟି ପର୍ଯ୍ୟାୟରେ ଚୟନ କରାଯିବ। ଲିଖିତ ପରୀକ୍ଷାରେ ମନୋନୀତ ହୋଇଥିବା ବ୍ୟକ୍ତିମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ଲିଖିତ ପରୀକ୍ଷାରେ ଇଂରାଜୀ, ହିନ୍ଦୀ, କମ୍ପ୍ୟୁଟର ବିଜ୍ଞାନ ଏବଂ ରିଜନିଂ ଭଳି ବିଷୟରୁ ୫୦ ଟି ପ୍ରଶ୍ନ ଅନ୍ତର୍ଭୁକ୍ତ ରହିବ। ଏହି ପରୀକ୍ଷା ଅଧ ଘଣ୍ଟା ପାଇଁ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କୁ ପାସ୍ କରିବା ପାଇଁ ୨୦ ନମ୍ବର ସ୍କୋର କରିବାକୁ ପଡ଼ିବ। ଏହାପରେ ହିନ୍ଦୀ ଏବଂ ଇଂରାଜୀରେ ଏକ ଟାଇପିଂ ପରୀକ୍ଷା କରାଯିବ। ଲିଖିତ ପରୀକ୍ଷାରେ ମନୋନୀତ ପ୍ରାର୍ଥୀମାନଙ୍କୁ ୧୦ ନମ୍ବର ବିଶିଷ୍ଟ ସାକ୍ଷାତକାର ପାଇଁ ଡକାଯିବ।






