AK ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେର ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ, ଗଙ୍ଗା ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ଏବଂ ଭାରତର ସବୁଠାରୁ ବଡ଼ ଗ୍ରିନ୍ଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରୁ ଗୋଟିଏ । ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେର ଉଦଘାଟନ କରିଛନ୍ତି।

ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ, ଗଙ୍ଗା ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ଏବଂ ଭାରତର ସବୁଠାରୁ ବଡ଼ ଗ୍ରିନ୍ଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରୁ ଗୋଟିଏ। ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନ୍କୁ ସମ୍ପ୍ରସାରିତ ହୋଇପାରୁଥିବାବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରିଥାଏ। ଏହା କେବଳ ଏକ ରାସ୍ତା ଭାବରେ ନୁହେଁ, ବରଂ ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ। ଏହାପୂର୍ବରୁ ମୋଦୀ ବାରାଣସୀରେ ରୋଡଶୋ’ କରିଥିଲେ। ପ୍ରଧାନମନ୍ତ୍ରୀ ବୁଧବାର କାଶୀ ବିଶ୍ବନାଥଙ୍କ ଦର୍ଶନ କରିଥିଲେ। ମୋଦୀ ୧୪ କିଲୋମିଟର ପର୍ଯ୍ୟନ୍ତ ରୋଡସୋ’ କରି କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚି ଥିଲେ। ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଲୋକମାନେ ବିଭିନ୍ନ ସ୍ଥାନରେ ଫୁଲ ପକାଇ ସ୍ବାଗତ କରିଥିଲେ। ଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ କାଶୀକୁ ୫୪ ଥର ଗସ୍ତ କରିଛନ୍ତି। ତେବେ ୨୦୨୬ରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶୀ ଗସ୍ତ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୨୫ରେ କାଶୀ ଗସ୍ତ କରିଥିଲେ।
କାଶୀରୁ ପ୍ରଧାନମନ୍ତ୍ରୀ ହରଦୋଇ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଗଙ୍ଗା ଏକ୍ସପ୍ରେସ୍ ୱେର ଉଦଘାଟନ କରିଥିଲେ। ଏହି ହାଇ-ସ୍ପିଡ୍ କରିଡର ସମଗ୍ର ଉତ୍ତର ପ୍ରଦେଶରେ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଶିଳ୍ପ ନିବେଶ, ଲଜିଷ୍ଟିକ୍ସ, କୃଷି ବିପଣନ ଏବଂ ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ରାଜ୍ୟର ବିକାଶରେ ଏହି ପ୍ରକଳ୍ପ ନୂଆ ଅଧ୍ୟାୟ ଆରମ୍ଭ କରିବ। ଗଙ୍ଗା ଏକ୍ସପ୍ରେସ୍ ୱେକୁ ଜୀବନରେଖା କହିବା ସହିତ ଗାଁ, କୃଷକ, ଉଦ୍ୟୋଗୀ ଓ ଯୁବପିଢ଼ିଙ୍କୁ ଯୋଡ଼ି ରଖିବ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ ମଧ୍ୟ ଉଦଘାଟନକୁ ସ୍ୱାଗତ କରି ଏହାକୁ ଦେଶର ସବୁଠାରୁ ଦୀର୍ଘ ଏକ୍ସପ୍ରେସୱେ ମଧ୍ୟରୁ ଗୋଟିଏ ଏବଂ ଉତ୍ତର ପ୍ରଦେଶକୁ ଏକ ପ୍ରମୁଖ ଭିତ୍ତିଭୂମି ଉପହାର ବୋଲି କହିଛନ୍ତି।






