ଏ.କେ ବ୍ୟୁରୋ : ଦୁଇ ତିନିଦିନ ହେବ ଦେଖାଦେଉଛି କାଳବୈଶାଖୀର ପ୍ରଭାବ । କେଉଁଠି ଗଛ ପଡ଼ ଘର ଭାଙ୍ଗିଯାଉଛି ତ କେଉଁଠି ଗାଡ଼ି ଉପରେ ଗଛ ପଡ଼ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଉଛି । ସେହିପରି ଏକ ଘଟଣା ଘଟିଛି ମାଲକାନଗିରିରେ । ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଲା ବିରାଟ ଗଛ । ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜ ଗାଡ଼ିରେ ଯାଇଥିବା ବେଳେ ତାଙ୍କ ଗାଡ଼ି ଉପରେ ପଡ଼ିଛି ଗଛ । ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଅଞ୍ଚଳକୁ ଗସ୍ତ ବେଳେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା ।
ଚିତ୍ରକୋଣ୍ଡା ଘାଟି ଭଲବ-ହାଉସ ଛକ ନିକଟରେ ବଡଦୁର୍ଘଟଣାର ଶିକାର ହୋଇଥିଲା ବିଧାୟକଙ୍କ ଗାଡ଼ି । ରାସ୍ତାରେ ଯାଉଥିବା ବେଳେ ହଠାତ ତାଙ୍କ ଗାଡ଼ି ଉପରେ ବିଶାଳକାୟ ଗଛ ଭାଙ୍ଗି ପଡ଼ିଥିଲା । ଫଳରେ କିଛି ସମୟ ପାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିଲେ ମଙ୍ଗୁ ଖିଲ । ତେବେ ବିଧାୟକଙ୍କ ପ୍ରତିନିଧି ଇସାକ୍ ଖୋସଲାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିଧାୟକ ମଙ୍ଗୁ ଖିଲ ।






