AK ଜଳଭଣ୍ଡାରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଲାଲସିଂର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ । ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭଞ୍ଜନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଲାଲସିଂର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ । ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭଞ୍ଜନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ରବିବାର ଅପରାହ୍ନରେ କାହ୍ନା ଓ ଆଶୁତୋଷ ସମେତ ଲାଲସିଂର ୬ ଜଣ ସାଙ୍ଗ ମିଶି ଗାଁ ନିକଟ ଭଞ୍ଜନଗର ଜଳଭଣ୍ଡାରରୁକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପାଣିରେ ଖେଳୁଥିବା ବେଳେ କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ ପାଣିରେ ବୁଡ଼ି ଯାଇଥିଲେ । ଅନ୍ୟ ସାଙ୍ଗମାନେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ନପାଇବାରୁ ଦମକଳ ବାହୀନି ଏବଂ ପୁଲିସକୁ ସୂଚନା ଦେଇଥିଲେ ।

ଭଞ୍ଜନଗର ଦମକଳ ବାହୀନି ଓ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଉଭୟଙ୍କୁ ପାଣିରେ ଖୋଜାଖୋଜି କରିଥିଲେ । ବହୁ ସମୟ ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ପରେ ସେମାନେ କାଳେ ବଞ୍ଚିଥିବା ଭାବି ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା । ହେଲେ ମେଡିକାଲରେ ଡାକ୍ତର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୪ ସାଥି ସୁରକ୍ଷିତ ଅଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।






