AK ବଲାଙ୍ଗିର ମୁରିବାହାଲ ଥାନା ଅଧୀନରେ ଥିବା ଚିତ୍ରାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗାଁର ଜାନକୀ ସାହୁ ନାମକ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି । ସକାଳୁ ରଞ୍ଜୁ ଘରୁ ବାହାରକୁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଫେରି ନଥିଲେ । ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବହୁ ଖୋଜାଖୋଜି ପରେ ରାତିରେ କୂଅ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଗାଁର ଜାନକୀ ସାହୁ ନାମକ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି । ସକାଳୁ ରଞ୍ଜୁ ଘରୁ ବାହାରକୁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଫେରି ନଥିଲେ । ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବହୁ ଖୋଜାଖୋଜି ପରେ ରାତିରେ କୂଅ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ଖବର ପାଇ ମୁରିବାହାଲ ପୁଲିସ୍ ଓ କଣ୍ଟାବାଞ୍ଜି ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି । ମହିଳାଙ୍କ ସ୍ୱାମୀ କିଶୋର ସାହୁ ଗତ ଚାରି ବର୍ଷ ହେବ ବାହାର ରାଜ୍ୟରେ କାମ କରୁଛନ୍ତି । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । କେହି ହତ୍ୟା କରି କୂଅରେ ପକାଇ ଦେଇଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଛନ୍ତି ।






