AK ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ମେ’ ୨ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରଠାରୁ ବୋର୍ଡର ଅଫିସିଆଲ୍ ୱେବ୍ସାଇଟ୍ରେ ଫଳାଫଳ ଉପଲବ୍ଧ ହେବ, ଯେଉଁଠାରୁ ପିଲାମାନେ ନିଜର ମାର୍କସିଟ୍ ଦେଖିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ । ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି ।

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ’ ୨ ତାରିଖରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ । ବୋର୍ଡର ସୂଚନା ଅନୁଯାୟୀ, ମେ’ ୨ ତାରିଖ ଅପରାହ୍ଣ ୪ଟା ସମୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ତେବେ ପରୀକ୍ଷାର୍ଥୀମାନେ ତୁରନ୍ତ ରେଜଲ୍ଟ ପାଇବାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟା ପରଠାରୁ ବୋର୍ଡର ଅଫିସିଆଲ୍ ୱେବ୍ସାଇଟ୍ରେ ଫଳାଫଳ ଉପଲବ୍ଧ ହେବ, ଯେଉଁଠାରୁ ପିଲାମାନେ ନିଜର ମାର୍କସିଟ୍ ଦେଖିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ ।ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଜାଣିବା ପାଇଁ www.bseodisha.ac.in କିମ୍ବା www.bseodisha.nic.in ୱେବ୍ସାଇଟ୍କୁ ବ୍ୟବହାର କରିପାରିବେ । ୱେବ୍ସାଇଟ୍କୁ ଯାଇ ନିଜର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ପ୍ରଦାନ କଲେ ପରୀକ୍ଷା ଫଳ ସ୍କ୍ରିନ୍ରେ ଦେଖାଯିବ । ସାଇବର କାଫେ କିମ୍ବା ନିଜ ମୋବାଇଲ୍ ସାହାଯ୍ୟରେ ଘରେ ବସି ମଧ୍ୟ ଖୁବ୍ ସହଜରେ ପିଲାମାନେ ଏହି ସୂଚନା ପାଇପାରିବେ ।
ମାଟ୍ରିକ ପରୀକ୍ଷାକୁ ଜଣେ ଛାତ୍ରର ଜୀବନର ପ୍ରଥମ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ, ତେଣୁ ଏହି ରେଜଲ୍ଟକୁ ନେଇ ସାରା ରାଜ୍ୟରେ ଏବେ ଏକ ପ୍ରକାର ଉତ୍ସାହ ଓ ସାମାନ୍ୟ ଭୟର ବାତାବରଣ ରହିଛି ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






