AK କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଜିତୁ ମୁଣ୍ଡା ମାମଲା । ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯାଇଥିବା କେନ୍ଦୁଝରର ଜିତୁ ମୁଣ୍ଡା ଘଟଣାକୁ ନେଇ ଚିଠି ଲେଖିଲେ ନବୀନ ପଟ୍ଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନବୀନ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଜିତୁ ମୁଣ୍ଡା ମାମଲା । ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯାଇଥିବା କେନ୍ଦୁଝରର ଜିତୁ ମୁଣ୍ଡା ଘଟଣାକୁ ନେଇ ଚିଠି ଲେଖିଲେ ନବୀନ ପଟ୍ଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନବୀନ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ପାଟଣା ମଲ୍ଲିପଶିରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ ଜିତୁ ମୁଣ୍ଡା । ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୯ ହଜାର ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ । ହେଲେ ବ୍ୟାଙ୍କ ଅଧିକାରୀ ପ୍ରମାଣ ମାଗିବାରୁ ଜିତୁ ମୁଣ୍ଡା ମଶାଣିରୁ ଭଉଣୀଙ୍କ ଶବ ଖୋଳି କଙ୍କାଳ କାନ୍ଧେଇ ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶ ଓ ବିଶ୍ବରେ ଉଦ୍ବେଗ ପ୍ରକାଶ ପାଇଥିଲା । ଆରଡିସି ଘଟଣାର ତଦନ୍ତ କରି ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ଦାୟୀ କରିଥିଲେ ।






