AK ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣାକୁ ଗୁରୁତର ସହ ନେଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ, ଏହାସହ ଏହାକୁ ସମ୍ବେନଶୀଳବୋଲି କହି ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛି । ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହି ବ୍ୟାଙ୍କକୁ ଆସିବା ଘଟଣାକୁ ଗୁରୁତର ସହ ନେଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ, ଏହାସହ ଏହାକୁ ସମ୍ବେନଶୀଳବୋଲି କହି ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛି।

ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କାର ସହାୟତା ଦେବାସହ ୮ ଘଣ୍ଟା ମଧ୍ୟରେ ମୃତ୍ୟୁ ପ୍ରମାପତ୍ର ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାରକରି ବ୍ୟାଙ୍କରେ ଥିବା ୧୯୪୦୨ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଏହାସହ ଦୁର୍ଗମ ଗ୍ରାମାଞ୍ଚଳ ଲୋକମାନେ ନିଜର କିପରି ସୁବିଧାରେ ଏବଂ ବିନା ବାଧାରେ ସରକାରୀ ସେବା ଏବଂ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଲୋକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରୋକଷ୍ଟସହ ଯୋଗାଯୋଗ କରିବାକୁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛି। ଏହିଘଟଣାକୁ ରାଜ୍ୟ ସରକାର ମଧ୍ୟ ଗୁରୁତର ସହ ନେଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିବା ସହ ତଦନ୍ତ ପରେ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।






