ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବ୍ରହ୍ମପୁରା ଗ୍ରାମରେ ଏକ ଦୁଃଖଦ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁସାରେ, ଡିଜେ ଗାଡ଼ିର ଅତ୍ୟଧିକ ଶବ୍ଦ ଯୋଗୁଁ ଲୁଚନା ବାହୁକ ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଘଟଣା ପରେ ଉତ୍ତେଜିତ ଗ୍ରାମବାସୀ ବ୍ରହ୍ମପୁରା ଠାରେ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ମୃତ ମହିଳାଙ୍କ ସ୍ୱାମୀଙ୍କ ନାମ ସଦାନନ୍ଦ ବାହୁକ ବୋଲି ଜଣାପଡ଼ିଛି।
ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପାଟଣାଗଡ଼ ରୁ ଲିଙ୍ଗରାଜ ପୋଡ଼ ଙ୍କ ରିପୋର୍ଟ






