AK ସବୁ ସୀମା ଟପିଗଲେ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ । ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ । ଦିନରେ ପବନ ଜୋର୍ ବହିବାରୁ ଦିନ ଚାପ ହେଲାନି । ସବୁ ସୀମା ଟପିଗଲେ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ । ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ ।

ଦିନରେ ପବନ ଜୋର୍ ବହିବାରୁ ଦିନ ଚାପ ହେଲାନି । ଏଣେ ବିବାଦ ଯୋଗୁଁ ବିଳମ୍ବିତ ରାତି ପର୍ୟ୍ୟନ୍ତ ମଧ୍ୟ ଚାପ କଲେ ନାହିଁ । ମଙ୍ଗଳବାର ରାତି ୯ଟା ପରଠୁ ମହାପ୍ରଭୁ ଡଙ୍ଗାରେ ବିଜେ କରି ସାରିଥିଲେ ହେଁ ଚାପ ହୋଇ ନଥିଲା। ମିଳିଥିବା ସୂଚନା ମୁତାବକ ବିଜେ କାହାଳୀ ବାଜି ସାରିଥିଲା । ପ୍ରଥମ ଡଙ୍ଗା କିଛି ବାଟ ଆହୁଲା ମଧ୍ୟ ହୋଇଥିଲା । ମାତ୍ର ଚାପ ଖେଳ ହୋଇ ପାରିଲା ନାହିଁ। ଶେଷରେ ରାତି ୧୨ଟା ୧୫ ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆସି ବହୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଠାକୁରଙ୍କ ଚାପ ଖେଳ ହୋଇ ନ ପାରିବାରୁ ବିଳମ୍ବିତ ରାତି ଯାଏଁ ଅପେକ୍ଷା କରିଥିବା ଭକ୍ତମାନେ ନିରାଶ ହୋଇଥିଲେ। ମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ । ରେକର୍ଡ ଅଫ ରାଇଟ୍ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ କେହି ଏହାକୁ ମାନୁନାହାନ୍ତି । ତେବେ ନିଜ ଜିଦ୍ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆଜି ବୈଠକ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସୋମବାର ନୀତି ବିଳମ୍ବ ଯୋଗୁଁ ବଡ଼ସିଂହାର ବେଶ ହେବା ବେଳକୁ ଭୋର୍ ୪ଟା ୩୦ ହୋଇ ସାରିଥିଲା । ତେଣୁ ପହୁଡ଼ ହୋଇ ପାରିନଥିଲା। ଏବେ ପୁଣି ଠାକୁର ଚାପ ନ ଖେଳି ଲେଉଟିଛନ୍ତି ।






