ଏ.କେ ବ୍ୟୁରୋ : ୧୨ ବର୍ଷ ଜେଲ୍ । ଅଭିଯୁକ୍ତକୁ ୧୨ ବର୍ଷ ଜେଲ୍ କାରା ଦଣ୍ଡାଦେଶ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକସୋ କୋର୍ଟ । ଅଭିଯୁକ୍ତ ବ୍ୟାସନଗର ପୌରାଞ୍ଚଳ ସାପଗାଡ଼ିଆ ଗାଁର କିରଣ ମୁଖୀ ।

୨୦୨୫ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ଏହି ମାମଲାର ଶୁଣାଣି କରି ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପୋକସୋ କୋର୍ଟ ।






