ଭୁବନେଶ୍ଵର (ଏ.କେ. ବ୍ୟୁରୋ) ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ । ହାଇକୋର୍ଟଙ୍କ ଅସନ୍ତୋଷ ପରେ ପୂର୍ତ୍ତ ବିଭାଗର ତତ୍ପରତା । ଗୃହ ବିଭାଗ ଜରିଆରେ କମିଶନରେଟ ପୁଲିସ ଓ ଟ୍ରାଫିକ ଡିସିପିଙ୍କ ଲୋଡ଼ିଲା ମତାମତ । ବ୍ୟାରିକେଡ୍ ନେଇ ପୂର୍ବରୁ ମାମଲା ରୁଜୁ କରିଥିଲେ ପ୍ରକାଶ ଦାସ ନାମକ ଜଣେ ବ୍ୟକ୍ତି । ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍ ।

ହାଇକୋର୍ଟଙ୍କ ଅସନ୍ତୋଷ ପରେ ପୂର୍ତ୍ତ ବିଭାଗର ତତ୍ପରତା । ଗୃହ ବିଭାଗ ଜରିଆରେ କମିଶନରେଟ ପୁଲିସ ଓ ଟ୍ରାଫିକ୍ ଡିସିପିଙ୍କ ମତାମତ ଲୋଡ଼ିଛି ପୂର୍ତ୍ତ ବିଭାଗ । ଭୁବନେଶ୍ୱର ପୁରୁଣା ଏୟାରପୋର୍ଟ ରାସ୍ତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ରହିଛି । ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍କୁ ନେଇ ଏବେ ବଡ଼ ପ୍ରାଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି । ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପରତା ପ୍ରକାଶ ପାଇଛି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିଲା । ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି । କମିଶନରେଟ୍ ପୁଲିସ ବା ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି। ସୁରକ୍ଷା ବ୍ୟାରିକେଡ୍ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି । ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ନେଇ ପୂର୍ବରୁ ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ମାମଲାରେ ରୁଜୁ କରିଥିଲେ ।






