ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲା ବିଜେଡି ଓ କଂଗ୍ରେସ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରା । ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ବିଜେଡି ଓ କଂଗ୍ରେସ ନେତା । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଧରିଛି । ଏପଟେ ଝିଅକୁ ନ୍ୟାୟ ଦାବିରେ ଭଦ୍ରକର ୩ଟି ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆସନ୍ତାକାଲି ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦେଲା ବିଜେଡି ଓ କଂଗ୍ରେସ






